ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ପୁଲିସ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବାଲିମେଳା ଠାରୁ ଜୟପୁର ଯିବା ରାସ୍ତାରେ ବାଲିମେଳା ଛକରେ ଦୁଇ ଜଣ ଯୁବକ ଦୁଇଟି ଜରି ବସ୍ତା ରଖ୍ ଗାଡ଼ି ଅପେକ୍ଷାରେ ଠିଆ ହୋଇଥିଲେ। ପୁଲିସ ପାଟ୍ରୋଲିଂ ଗାଡ଼ି ସେହି ରାସ୍ତା ଦେଇ ଯାଉଥିବା ବେଳେ ସନ୍ଦେହ ହେବାରୁ ପୁଲିସ ଗାଡ଼ି ଅଟକାଇ ଜରି ବସ୍ତା ପାଖରେ ଠିଆ ହୋଇଥିବା ଯୁବକ ଦୁଇ ଜଣଙ୍କୁ ପଚରାଉଚରା କରିଥିଲା। ଯୁବକ ଦୁଇ ଜଣ ପୁଲିସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଫଳରେ ପୁଲିସର ସନ୍ଦେହ ବଢିବାରୁ ଯୁବକଙ୍କ ବସ୍ତାକୁ ଯାଞ୍ଚ କରିବାରୁ ସେଥ୍ରେ ଗଞ୍ଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲା। ସଙ୍ଗେ ସଙ୍ଗେ ଦୁଇ ଯୁବକଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଥିଲା ଓର୍କେଲ ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଖଗପତି ଆର୍ଲାବ ଏବଂ ଧନପତି ଟାଙ୍ଗୁଲ। ଉଭୟ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟଲା ଗାଁର ବାସିନ୍ଦା । ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ନେଇ ସେମାନେ ନବରଙ୍ଗପୁର ଜିଲ୍ଲାକୁ ଚୋରାଚାଲାଣ କରୁଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି । ଜବତ ଗଞ୍ଜେଇର ମୂଲ୍ୟ ଖୋଲା ବଜାରରେ ପାଖାପାଖି ୨ ଲକ୍ଷ ଟଙ୍କା ହେବ। ଓର୍କେଲ ପୁଲିସ ଏ ସମ୍ବନ୍ଧରେ ଏକ ଏନଡିପିଏସ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ଆଗକୁ ମାମଲାର ତଦନ୍ତ ଜାରି ରହି ବୋଲି ଆଇଆଇସି ଧୂରେନ ପଟ୍ଟନାୟକ ସୂଚନା ଦେଇଛନ୍ତି
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025