ନେହୁରୁ ପାର୍କ ନିକଟରୁ ୨୬କିଲୋରୁ ଉର୍ଦ୍ଧ ଗଂଜେଇ ଜବତ ହେବା ସହ ଆଜି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ l ସୂଚନା ଅନୁଯାୟୀ ବେଆଇନ ଗଂଜେଇ କାରବାରକୁ ରୋକିବାକୁ ନେଇ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ ଏବଂ ପେଟ୍ରୋଲିଂ ଜାରି ରହିଛି l ଏହି ଅବସର ବ୍ରହ୍ମପୁର ଟାଉନ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସଆଇ ରାଜକିଶୋର ପାତ୍ର ଏବଂ ତାଙ୍କ ଟିମ ହିଲପାଟଣା ଅଂଚଳରେ ଯାଞ୍ଚ କରିବା ସମୟରେ ନେହୁରୁ ପାର୍କ ନିକଟରେ ୫ଜଣ ଅଣଓଡ଼ିଆ ଏକ ବସ୍ତା ଓ ବ୍ୟାଗ ଧରି ଠିଆ ହୋଇଥିଲେ l ପୋଲିସ ସେମାନଙ୍କୁ ସନ୍ଦେହ କରିବା ସହ ଯାଞ୍ଚ କରିବା ସମୟରେ ଉକ୍ତ ବସ୍ତାରୁ ପୋଲିସ ୨୬କିଲୋରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ମହାରାଷ୍ଟ୍ର ଥାଣେ ଜିଲ୍ଲାର ଯଶୋରଧନ ପାନିକର, ପ୍ରମୋଦ ଭାୟା ସାହେବ କୋଲେ (ମୋରି ), ପବନ ଦାଗାଡୋବା ଟାଙ୍ଗସେ, ସୁଧାଧନ ସିନ୍ଧେ, ଲକ୍ଷ୍ମଣ ଭଗବାନ ସାଲଭେ l ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବା ବେଳେ ସେମାନେ ଗଜପତି ଜିଲ୍ଲାରୁ ଗଂଜେଇ ଆଣି ମହାରାଷ୍ଟ୍ର ନେଇ ଯାଉଥିବା କହିଥିଲେ l ଏ ନେଇ ପୋଲିସ ଏହି ଘଟଣାର ଅତ୍ୟଧିକ ତଦନ୍ତ ଜାରି ରଖିଛି l
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ