ପାଟଣା: ପାଟଣା ବ୍ଲକ ଛକ ଠାରୁ ସ୍ୱାମ ବୀର ଜୟ ଗୋବିନ୍ଦପୁର ଶାସନ ଛକ ଯାଏ ପାଖାପାଖି ୧ କିମି ରାସ୍ତା ପୂର୍ତ୍ତ ବିଭାଗ ପକ୍ଷରୁ ନୂଆ ଢଙ୍ଗରେ ପ୍ରଶସ୍ତି କରଣ କରାଯାଇଥିଲା।ପୁରୁଣା ରାସ୍ତାର ଦୁଇପାର୍ଶ୍ଵ କିଛି ଉଚ୍ଚ କଂକ୍ରିଟ କରାଯିବା ସହ ଦୁଇ ପାର୍ଶ୍ୱ କଂକ୍ରିଟ ମଝିରେ ପଥର ଗୁଣ୍ଡ ପକାଇ କଂକ୍ରିଟ ସହ ରାସ୍ତାକୁ ସମତୁଲ କରାଯାଇ ପିଚୁ କରାଯାଇଥିଲା। ଏହା ଆଖିକୁ ଭଲ ଦେଖା ଯାଉଥିଲେ ମଧ୍ୟ କାମଟି ନିମ୍ନ ମାନର ହୋଇଥିବା ଜଳଜଳ ହୋଇ ଜଣାପଡୁଥିଲା। ରାତି ଅଧିଆ ପଥର ଗୁଣ୍ଡ ସହ ମେଣ୍ଟାଲ ଚିପ୍ସ ଦିଆଗଲା କି ନାହିଁ ତାହା ମଧ୍ୟ ଲୋକେ ଜାଣି ପାରିଲେ ନାହିଁ। ତେବେ ଏହି କାରଣରୁ ୩ ମାସ ପୁରି ନଥିବା ଏହି ରାସ୍ତାର କେତେକ ସ୍ଥାନରେ ରାସ୍ତା ଫାଟିବା ଆରମ୍ଭ କଲାଣି। ଏପରିକି ରାସ୍ତାରୁ ପିଚୁ ମଧ୍ୟ ଉଠି ଖାଲ ହୋଇଯାଉଥିବାରୁ ଏହି ରାସ୍ତା କୁ ଆଉ ଥରେ ଭଲ ଭାବେ ପିଚୁ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର