ବାରିପଦା : ବାରିପଦା ବାଘଡିହା ଠାରେ ସତ୍ୟ ଏଣ୍ଟରପ୍ରାଇଜେସ ପକ୍ଷରୁ ୟାକୁଜା ଇ-ବାଇକ ର ହେଲା ଶୁଭ ଉଦଘାଟନ ହୋଇଯାଇଛି। ବାରିପଦା ନଗରପାଳ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟରେ ଯୋଗ ଦେଇ ୟାକୁଜା ଇ-ବାଇକ ର ଶୁଭ ଉଦଘାଟନ କରିଥିଲେ। ଦିନକୁ ଦିନ ଗାଡି ମଟର ଓ କଳ କାରଖାନା ରୁ ନିର୍ଗତ ହେଉଥିବା ଧୂଆଁ ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି । ଏହାର ପ୍ରତିକାର ପାଇଁ ସରକାର ଗଛ ଲଗାଉଛନ୍ତି ତତ୍ ସହିତ ବ୍ୟାଟେରୀ ଚାଳିତ ଯାନବାହନ ବ୍ୟବହାର କରିବା ପାଇଁ ପ୍ରତ୍ସାହନ ଦେବା ସହିତ ବ୍ୟାଟେରୀ ଚାଳିତ ଯାନବାହନ ଉପରେ ବିଶେଷ ରିହାରି ମଧ୍ୟ ଦେଉଛନ୍ତି। ବାରିପଦା ସହରର ଏକ ନିର୍ଭରଯୋଗ୍ୟ ସଂସ୍ଥା ସତ୍ୟ ଏଣ୍ଟରପ୍ରାଇଜେସ ବ୍ୟାଟେରୀ ଚାଳିତ ଟ୍ରାନ୍ସ ମୋବିଲିଟି ଗାଡି ଲୋକଙ୍କୁ ଯୋଗାଉ ଥିବା ବେଳେ ଲୋକଙ୍କ ଚାହିଦା ଓ ମଧ୍ୟବିତ୍ତ ପରିବାର ଙ୍କ ବଜେଟ ଅନୁଯାଇ ମାତ୍ର ୪୦ ହଜାର ଟଙ୍କାରେ ବ୍ୟାଟେରୀ ଚଳିତ ସ୍କୁଟି ଉପଲବ୍ଧ କରାଇଛନ୍ତି। ଗଣେଶ ପୂଜା ଉପଲକ୍ଷେ ସତ୍ୟ ଏଣ୍ଟରପ୍ରାଇଜେସ ୫୫ ହଜାର ଟଙ୍କା ମୁଲ୍ୟର ଗାଡି ରେ ୧୫ ହଜାର ଟଙ୍କାର ବିଶେଷ ରିହାତି ଦେଇଛନ୍ତି। ଗାଡିକୁ ଥରେ ଚାର୍ଜ କଲେ ୮୦ ରୁ ୯୦ କିଲୋମିଟର ଚାଲିବ ବୋଲି ପ୍ରକାଶ କରିଛନ୍ତି ଶ୍ରୀ ରଜତ କୁମାର ପଣ୍ଡା। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସମଜସେବୀ ଅମର ସେଠୀ, ୱାର୍ଡ କାଉନସିଲର ଅନନ୍ତ ଦାସ, ସାମ୍ବାଦିକ ଦୀପକ ନାୟକ, ସାମ୍ବାଦିକ ଲକି ଜେନା ସମେତ ସତ୍ୟ ଏଣ୍ଟରପ୍ରାଇଜେସ ର କର୍ମଚାରୀ ରଞ୍ଜନ କୁମାର ଦାସ, ପୂର୍ଣ୍ଣିମା ମହାକୁଡ଼, ସୁବାଶିଷ ସାହୁ, ଦେବାଶିଷ ସାହୁ, ଲିପୁ ବାରିକ, ରୁଦ୍ର ବେହେରା, ମଧୁସୂଦନ ପଣ୍ଡା ଉପସ୍ଥିତ ଥିଲେ। ସତ୍ୟ ଏଣ୍ଟରପ୍ରାଇଜେସ ସ୍ବତଧିକାରୀ ରଶ୍ମିତା ପତ୍ର ଓ ତାଙ୍କ କନ୍ୟା ନଭ୍ୟାନବନିତା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ