Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

୫୦ ହଜାର ଲାଞ୍ଚନେଇ ଏସଡିଓ ଗିରଫ

Spread the love

ପାଟଣାଗଡ RW. SDOକୁ ଆଜି ପାଟଣାଗଡ କାର୍ଯ୍ୟାଳୟ ରେ ୫୦ ହଜାର ଲାଞ୍ଚ ନେଉଥିବା ସମୟ ରେ ଧରିଛି ଭିଜିଲାନ୍ସ ବିଭାଗ, ଜଣେ ଠିକାଦାର ଠାରୁ ୫୦ ହଜାର ଟଙ୍କା ନେଉଥିବା ବେଳେ ଧରିଛି ଭିଜିଲାନ୍ସ, RW SDO ସୁଜିତ କୁମାର ପାଢ଼ୀ ଙ୍କ ସହ କାର୍ଯ୍ୟାଳୟ ର ବହୁ ଗୁରୁତ୍ଵ ପୂର୍ଣ୍ଣ କାଗଜ ପତ୍ର ନେଇ ଯାଇଥିବା ଜଣାଯାଇଛି, ଚଢ଼ାଉ ରେ ସୋନପୁର, ସମ୍ବଲପୁର ଓ ବରଗଡ଼ ଟିମ ସାମିଲ ଥିବା ଜଣାଯାଇଛି,

ପ୍ରକାଶ ଯେ ସମ୍ପୃକ୍ତ ଠିକାଦାର ଜୟନ୍ତ ମେହେର ପାଟଣାଗଡ଼ ବ୍ଲକ ବର୍ଥଲା ଆରଆଇ ଅଫିସ ତିଆରି କରିଥିବା ରୁ ବିଲ ପାଇ ବାରମ୍ବାର କହିଆସୁଥିଲେ ମଧ୍ୟ SDO ବାବୁ ଜଣକ ବିଲ୍ ପାସ୍ ନ କରି ହଇରାଣ ହରକତ୍ କରୁଥିବାରୁ ଶେଷରେ ଭିଜିଲାନ୍ସ ର ଆଶ୍ରୟ ନେଇଥିଲେ ସମ୍ପୃକ୍ତ ଠିକାଦାର , ଆଜି ଅଫିସ ରେ 50 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଳା, SDO କୁ ଗିରଫ୍ କରି ଭିଜିଲାନ୍ସ ବଲାଙ୍ଗିର ନେଇ ଅଧିକ ତଦନ୍ତ ଜାରି ରଖିଛି !ଆଶ୍ଚର୍ଯ୍ୟର ବିଷୟହେଲା ଯେ କିଛି ସାମାନ୍ୟ ଟଙ୍କାପାଇଁ ସିନିଅର୍ ଅଫିସର୍ ମାନେ ଲୋଭାରେପଡି ବନ୍ଧା ହେବା ଘଟଣା ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଦେଖିବାକୁ ମିଲୁଛି !

error: Content is protected !!
Breaking News