ବ୍ରହ୍ମପୁର, ୧/୩(ଅଭିଜିତ କର): ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର ୩୨ ଅନ୍ତର୍ଗତ ଅଶୋକ ନଗର୍ ତୃତୀୟ ଲାଇନ ଠାରେ ଶନିବାର ଅପରାହ୍ନରେ ସମନିତ୍ୱ ଶିଶୁ ବିକାଶ ପ୍ରକଳ୍ପ ବ୍ରହ୍ମପୁର-୧ ତରଫରୁ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନିଗମ ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ମୁଖ୍ୟବକ୍ତା ଭାବେ ସିଡିପିଓ ଗୀତାରାଣୀ ରାଉଳ, ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ କର୍ପୋରେଟର ସୁରେନ୍ଦ୍ର ମହାରଣା, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ଯୁବ ସମାଜସେବୀ ଅମିତ୍ ଦାସ, ୱାନ ଷ୍ଟେପ ସେଣ୍ଟର ଆଡମିନ ମହେଶ୍ୱେତା ପାଢ଼ୀ, ସୁପରଭାଇଜର ପ୍ରେମାବତି ଦାସ, ଆଏସଆରଡିର ଗୋପାଳ କୃଷ୍ଣ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା କିଶୋରୀ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ସହ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାର ଉତ୍ତମ ପ୍ରଦର୍ଶନ କରିଥିବା କିଶୋରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏନେଇ ସରକାରୀ ଅଧିକାରୀ ନିଜ ବକ୍ତବ୍ୟରେ ସରକାରଙ୍କ ଏହିଭଳି ଉନ୍ନତମାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଥିରେ ଅଂଶ ଗ୍ରହଣ କରିଥିବା କିଶୋରୀ ମାନଙ୍କୁ ଓ ତାଙ୍କ ଅଭିଭାବକ ମାନଙ୍କୁ ସାଧୁବାଦ ଜଣାଇଲେ। ସେହିପରି ଅତିଥି ମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ଓ ଉପକାରିତା ସହ ଏହା କିଶୋରୀ ମାନଙ୍କ ନିମନ୍ତେ ଅତି ଜରୁରୀ ଅଟେ ବୋଲି ମତ ବ୍ୟକ୍ତି କରିଥିଲେ । ସେହିପରି ସ୍ଥାନୀୟ କର୍ପୋରେଟର ଶ୍ରୀ ମହାରଣା ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ସାଧୁବାଦ ଜଣାଇବା ସହ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଦ୍ଵାରା ବହୁ କିଶୋରୀ ମାନଙ୍କୁ ଅତ୍ୟନ୍ତ ଆବଶ୍ୟକୀୟ ବିଷୟ ଉପରେ ଅବଗତ କରାଯାଇ ପାରିଛି, ଯାହା ସେମାନଙ୍କ ଆଗାମୀ ଭବିଷ୍ୟତ ଓ ଉତ୍ତମ ପ୍ରଦର୍ଶନ ପାଇଁ ଏକ ଲାଭଦାୟକ ହେବ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ଗୀତାଞ୍ଜଳି ଡାକୁଆ, ଆଶା କର୍ମୀ ଏନ ଶୈଳଜା ପାତ୍ର, ୩୨ ନମ୍ୱର୍ ୱାର୍ଡ ଅଙ୍ଗନୱାଡ଼ି କର୍ମୀ ମିତାଞ୍ଜଳି ଶତପଥୀ, ୩୩ ନମ୍ୱର୍ ୱାର୍ଡ ଅଙ୍ଗନୱାଡି କର୍ମୀ ସସ୍ମିତା ପାଢ଼ୀ, ଏ ଗାୟତ୍ରୀ ନାଇଡୁ, ପ୍ରିୟଙ୍କା ପାତ୍ର, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
More Stories
ଆସ୍କାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ମଦର୍ସ ଗ୍ରେସ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା, ୭୮ଟି ପ୍ରକଳ୍ପ ପ୍ରଦର୍ଶିତ
ଗ୍ରନ୍ଥାଗାରିକ ଦୀପକ ରଞ୍ଜନ ମିଶ୍ରଙ୍କ ବିୟୋଗରେ ଶୋକସଭା