ବ୍ରହ୍ମପୁର, ୪/୯ (ଅଭିଜିତ କର): ସ୍ଥାନୀୟ ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦୁଇ ଦିନିଆ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ରାଜ୍ୟ ଭାରତ୍ତୋଳନ ସଂଘର ମିଳିତ ଆନୁକୂଲ୍ୟରେ ଶିକ୍ଷା ବିଭାଗ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ଭାରତ୍ତୋଳନ ପ୍ରତିଯୋଗୀ ମାନେ ଯୋଗଦାନ କରିଥିଲେ । ପ୍ରତିଯୋଗିତାରେ ଉଦ୍ଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳି କେ ରବି କୁମାର ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ ପ୍ରଭାତୀ କୁମାରୀ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ନେଇ ଉଦବୋଧନ ଦେଇଥିଲେ। ତେବେ ପ୍ରଥମ ଦିନରେ ୪୮ଜଣ ବାଳିକା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ, ଦ୍ଵିତୀୟ ଦିନ ତଥା ଅନ୍ତିମ ଦିନରେ ୫୬ଜଣ ବାଳକ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଉଭୟ ବାଳକ ଓ ବାଳିକାଙ୍କ ସମସ୍ତ ୮ଟି ବର୍ଗର ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ତରର କୃତି ବିଜେତା ମାନଙ୍କୁ ରାଜ୍ୟ ଏବଂ ଜିଲ୍ଲା ଭାରତ୍ତୋଳନ ସଙ୍ଘ ସଦସ୍ୟ ମାନଙ୍କ ଦ୍ଵାରା ମାନପତ୍ର ସହ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିବା ଜିଲ୍ଲା ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଭାଗିରଥୀ ସ୍ଵାଇଁ ସୂଚନା ଦେଇଛନ୍ତି। ଏବଂ ଯେଉଁ ଖେଳାଳି ମାନେ ଏହି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ସେମାନେ ଆସନ୍ତା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି କହିଛନ୍ତି। ଏହି ପ୍ରତିଯୋଗିତାକୁ ଆଇପି ଶ୍ରୀ ସ୍ୱାଇଁ ପରିଚାଳନା କରିଥିବା ବେଳେ, ଷ୍ଟାଡିୟମ ଇଞ୍ଚାର୍ଜ୍ ସଞ୍ଜୀବ ସାହୁ, ବରିଷ୍ଠ ଖେଳାଳି ନାରାୟଣ ସାହୁ, ଅକ୍ଷୟ ପଟ୍ଟନାୟକ, କେଦାରନାଥ ଚୌଧୁରୀ, ସଚ୍ଚିଦାନନ୍ଦ ଦାସଙ୍କ ସମେତ ଅନ୍ୟ ବହୁ ଖେଳାଳି ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
More Stories
ଅନୁଷ୍ଠାନର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିର୍ବାଣ ନୃତ୍ୟ ଉତ୍ସବ
Three meritorious students of Gurukul felicitated in the Vikashita Odisha Program
VJ Info Institution’s 27th Foundation Day Celebrated with Great Pomp