ବ୍ରହ୍ମପୁର, ୩୧/୧ (ଅଭିଜିତ କର): ସ୍ଥାନୀୟ ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଜାତୀୟ ଓଡିଶା ସ୍ୱାଭିମାନ ସମ୍ମିଳନୀ ତଥା ମହାନ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ସଙ୍ଘ ସଭାପତି ସୁଶାନ୍ତ ସାବତ, ସାଧାରଣ ସମ୍ପାଦକ ଇ ପ୍ରଶାନ୍ତ କୁମାର ପାତ୍ର, ମହୋତ୍ସବ ସମ୍ପାଦକ ଗୋପାଳ ପଟନାୟକ, ପ୍ରକାଶ ଭାଜନୀ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ଯେ, ସାଂସ୍କୃତିକ ମହୋତ୍ସବ ତଥା ୧୪ତମ ବ୍ରହ୍ମପୁର ମହୋତ୍ସବ ଆସନ୍ତା ଫେବୃଆରୀ ୧ ତାରିଖରୁ ୬ ପର୍ଯ୍ୟନ୍ତ ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ । ୬ ଦିନ ବ୍ୟାପି ଏହି ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମର ପ୍ରାୟ ୧୦୦ଟି ଷ୍ଟଲ ସମେତ ୭୦ରୁ ଅଧିକ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ । ଏହାସହ ପ୍ରତ୍ୟେକ ଦିନ ଓଡିଶାର ପଯ୍ୟଟନ, ସାହିତ୍ୟ, ସଂସ୍କୃତି ଶୀର୍ଷକ ବିଭିନ୍ନ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଏନେଇ ଇଞ୍ଜିନିଏରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଚୂଡାନ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆୟୋଜକ ତଥା ମହାନ ସଂଘ ସଭାପତି ଶ୍ରୀ ସାବତ ସୂଚନା ଦେଇଛନ୍ତି । ତେବେ ପ୍ରକାଶ ଥାଉ କି, ଆସନ୍ତା କାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥି ମାନଙ୍କ ଦ୍ଵାରା ମହୋତ୍ସବର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଇଛି। ଏହି ମହୋତ୍ସବରେ ଜନ ସାଧାରଣଙ୍କ ପାଇଁ କୌଣସି ଶୁଳ୍କ ନଥିବା ବେଳେ, ସମତେ ନିର୍ଦ୍ଵନ୍ଦରେ ଏହି ମହୋତ୍ସବରେ ଯୋଗଦାନ କରି କାର୍ଯ୍ୟକ୍ରମର ଉପଭୋଗ କରିପାରିବେ । ଅନ୍ୟ ପକ୍ଷରେ ଦୈନନ୍ଦିନର ସନ୍ଧ୍ୟା ସଭାକାର୍ଯ୍ୟ ପରେ ଆଞ୍ଚଳିକ ତଥା ଜିଲ୍ଲାର କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି। ଏଣୁ ଏହି ମହୋତ୍ସବରେ ଯୋଗଦାନ କରି ଗଞ୍ଜାମ ଜିଲ୍ଲାର ସଂସ୍କୃତି, ପର୍ଯ୍ୟଟନ ଓ ପରମ୍ପରା ସଂପର୍କରେ ଅବଗତ ହେବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ ମାଝୀ, ରେସମ୍ପାସ ମାର୍କେଟିଙ୍ଗ ଇଭେଣ୍ଟ ଏମଡି ଶ୍ରୀ ରବି ଶଙ୍କର, ବିଭୀଷଣ ମଲିକ, ତପନ ପଣ୍ଡା, ଶ୍ରୀମତୀ ନିବେଦିତା ପାଢ଼ୀ, ଶ୍ରୀମତୀ ସାଧନା ପାଢ଼ୀ, ରିତାଞ୍ଜଳି ସ୍ୱାଇଁ, ମିନା ଦାଶ, ଅନିଲ ପାତ୍ର, ଅନନ୍ତ ପ୍ରଧାନ, ମନରଞ୍ଜନ ପାଢ଼ୀ, ପଣ୍ଡିତ ଶୁଭମ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।
More Stories
ଅନୁଷ୍ଠାନର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିର୍ବାଣ ନୃତ୍ୟ ଉତ୍ସବ
ଓଡ଼ିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ”ର ବ୍ରହ୍ମପୁରରେ ପ୍ରଥମ ପ୍ରୀମୀୟର ଶୋ
ଆନ୍ତଃ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଭାରତ୍ତୋଳନ କ୍ରୀଡ଼ା ମହୋତ୍ସବ