ବ୍ରହ୍ମପୁର,୨୭/୧୧(ଅଭିଜିତ କର): ସ୍ଥାନୀୟ ଆସ୍କା ରୋଡ଼ ତାଲୁକା ଠାରେ ଗୁରୁବାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହିନ୍ଦ ମଜଦୁର ସଭା ଗଞ୍ଜାମ ଜିଲ୍ଲା ପକ୍ଷରୁ ସମାଜବାଦୀ ଜନନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ୧୦୦ତମ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲା ଉପ ସଭାପତି ନରସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀ, ବ୍ରହ୍ମପୁର ମହାନଗର ନିଗମର ଉପାଧ୍ୟକ୍ଷ ନିରଞ୍ଜନ ଜେନାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ରବି ରାୟଙ୍କ ଜୀବନୀ ଚର୍ଚ୍ଚା କରିବା ସହ ସେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଜ ଦାୟିତ୍ୱ ପାଳନ କରିଥିଲେ । ପରେ ଲୋକସଭାରେ ବାଚସ୍ପତି ଭାବେ ଏକମାତ୍ର ଓଡ଼ିଆ ହେବାରେ ଗୌରବ ଅର୍ଜ୍ଜନ କରିଥିବା ମନେ ପକାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ଏମ କାଶୀନାଥ, ଅରୁଣ ନାହାକ, ପ୍ରଫୁଲ ଜେନା, ଦିଲ୍ଲୀପ ପାତ୍ର, ରାକେଶ ସାହୁ, ଆଲୋକ ବିଶ୍ୱାଳ ଉପସ୍ଥିତ ଥିବା ବେଳେ, ଶିବ ଶଙ୍କର ବୈଶାଖୀ ଧନ୍ୟବାଦ ଅର୍ପଣ କରିଥିଲେ ।

More Stories
ମହାନ୍ ସଂଘର ବାର୍ଷିକ ଉତ୍ସବ ନେଇ ପ୍ରତିଯୋଗିତା କାର୍ଯ୍ୟକ୍ରମ
ଅନୁଷ୍ଠାନର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିର୍ବାଣ ନୃତ୍ୟ ଉତ୍ସବ
ଆନ୍ତଃ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଭାରତ୍ତୋଳନ କ୍ରୀଡ଼ା ମହୋତ୍ସବ