Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଓଡ଼ିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ”ର ବ୍ରହ୍ମପୁରରେ ପ୍ରଥମ ପ୍ରୀମୀୟର ଶୋ

Spread the love

• ଅଭିନେତା, ଅଭିନେତ୍ରୀ ଓ ବହୁ ଷ୍ଟାର୍ କାଷ୍ଟ ମାନଙ୍କୁ ଭବ୍ୟ ସ୍ବାଗତ କଲେ ଫ୍ୟାନ୍ସ

ବ୍ରହ୍ମପୁର,୨୬।୯(ଅଭିଜିତ କର): ସ୍ଥାନୀୟ କର୍ପୋରେସନ ରୋଡ଼ ତଥା ରାମଲିଙ୍ଗେଶ୍ୱର ପାର୍କ ନିକଟସ୍ଥ ରୁକ୍ମଣୀ ପ୍ରେକ୍ଷାଳୟରେ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜର ପ୍ରିମୀୟର ଶୋ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ମୁଖ୍ୟ ନାୟକ ଅଭିନେତା ତଥା ପ୍ରଯୋଜକ ଅର୍ଧେନ୍ଦୁ ସାହୁ, ବବୀ ମିଶ୍ର, ପୁପିନ୍ଦର ସିଂ, ଅଭିନେତ୍ରୀ ତଥା ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଏଲିନା ସାମନ୍ତରାୟ, ଲିପିଙ୍କ ସମେତ କ୍ରିୟେଟିଭ ହେଡ୍ ସମ୍ବିତ ଜେନା ପ୍ରମୁଖ ପ୍ରୀମିୟର ଶୋ’ର ମୁଖ୍ୟ ଆକର୍ଷଣ ରୂପେ ଯୋଗଦେଇ । ଏନେଇ ବ୍ରହ୍ମପୁର ସହରର ଶତାଧିକ ଚଳଚ୍ଚିତ୍ର ପ୍ରେମୀ ତଥା ଅଭିନେତା ଅର୍ଧେନ୍ଦୁଙ୍କ ଫ୍ୟାନ୍ସ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଦ୍ଵାରା ଇଂଜିନିୟର ସ୍କୁଲ ଛକ ଠାରୁ ଆରମ୍ଭ କରି ରୁକ୍ମିଣୀ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ପାଛୋଟି ଆଣି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଭବ୍ୟ ସ୍ବାଗତ କରିବା ନେଇ ଯାକ ଜମକରେ ବାଜା ବଜାଇବା ସହ ବାଣ ଫୁଟାଇ ବହୁ ପଟୁଆରରେ ପ୍ରେକ୍ଷାଳୟ ମଧ୍ୟରେ ସମସ୍ତ ଫ୍ୟାନ୍ସ ମାନଙ୍କ ସହ ଉକ୍ତ ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ନାୟକ ଅଭିନେତା ତଥା ପ୍ରଯୋଜକ ଅର୍ଧେନ୍ଦୁ ପ୍ରତିକ୍ରିୟା ରଖିଛନ୍ତି ଯେ, ଏହି ଚଳଚ୍ଚିତ୍ରର ପ୍ରଥମ ପ୍ରିମିୟର ଶୋ ରାଜ୍ୟ ଅନ୍ୟ କୌଣସି ଜିଲ୍ଲାର ଯେକୌଣସି ପ୍ରେକ୍ଷାଳୟରେ ହୋଇପାରିଥାନ୍ତା, କିନ୍ତୁ ବ୍ରହ୍ମପୁର ତଥା ଗଞ୍ଜାମ ବାସୀଙ୍କ ଭଲପାଇବା ମୋତେ ଏହି ପ୍ରୀମିୟାର ଶୋ କୁ ଟାଣି ଆଣିଛି। ତେବେ ଏହି ଚଳଚ୍ଚିତ୍ରର ପ୍ରାରମ୍ଭରୁ ହିଁ ଦର୍ଶକ ମାନଙ୍କ ଉତ୍ସାହ ପରିଲକ୍ଷିତ ହେଉଥିଲା, ତେବେ ଟ୍ରେଲର ପରେ ସିନେ ପ୍ରେମୀଙ୍କ ଉତ୍କଣ୍ଠା ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା । ଆଉ ଆଜି ବ୍ରହ୍ମପୁର ଠାରେ ଏହି ଭିଡ଼ ତଥା ଭଲପାଇବାକୁ ଦେଖି ମୋତେ ଭାରି ଖୁସି ଲାଗୁଚି ଯେ, ଏହି ଚଳଚ୍ଚିତ୍ର ଦର୍ଶକ ମାନଙ୍କୁ ନିଶ୍ଚୟ ହିଁ ବହୁତ୍ ଭଲ ଲାଗିବ । ଏହାସହ ଏହି ଚଳଚ୍ଚିତ୍ରକୁ ସମସ୍ତେ ପରିବାର ଲୋକ ମଧ୍ୟ ଦେଖିପାରିବେ ଯାହା ଏକ ପରିବାର ପାଇଁ ଏକ ବାର୍ତ୍ତା ରହିବା ସହ ୨ ଘଣ୍ଟା ୫୩ ମିନିଟର ଏହି ନାଟକରେ ଆଦିତ୍ୟ ନାମକ ଜଣେ ଗ୍ରାମବାସୀ ଯିଏ ତାଙ୍କ ରିପୋର୍ଟର ଭାଇ ଭଉଣୀ ଆକାଶଙ୍କୁ କ୍ଷୁବ୍ଧ କରନ୍ତି, ତାଙ୍କ ଜୀବନ ଏକ ନିଷ୍ଠୁର ଷଡ଼ଯନ୍ତ୍ର ଦ୍ୱାରା ଭାଙ୍ଗି ପଡ଼ିଥାଏ। ଆକାଶ ଦୁର୍ନୀତି ଗ୍ରସ୍ତ ବିଲ୍ଡର ଡେଭିଡ୍ ଏବଂ ଡାନିଏଲଙ୍କ ଅପରାଧ ପ୍ରକାଶ କରିବା ପରେ, ଆଦିତ୍ୟଙ୍କ ଗର୍ଭବତୀ ଭଉଣୀ ସନ୍ଧ୍ୟାଙ୍କୁ ଟାର୍ଗେଟ କରାଯାଏ ଏବଂ ତାଙ୍କୁ ଦୁଃଖଦ ଭାବରେ ହତ୍ୟା କରାଯାଏ। ଦୁଃଖରେ ବିଧ୍ୱସ୍ତ ହୋଇ, ଆଦିତ୍ୟ ବିଲ୍ଡର ମାନଙ୍କ ଶକ୍ତିଶାଳୀ ସାମ୍ରାଜ୍ୟକୁ ପରାସ୍ତ କରିବାକୁ ଉଠିଥାଏ । ତେବେ ଏହି ଚଳଚ୍ଚିତ୍ରରେ ପ୍ରେମ, କ୍ଷତି ଏବଂ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଭଳି ବିଭିନ୍ନ ମର୍ମସ୍ପର୍ଶୀ କାହାଣୀରେ ତାଙ୍କ ଭଉଣୀ ପାଇଁ ନ୍ୟାୟ ଏବଂ ପ୍ରତିଶୋଧର ଲଡେଇ କରିଥିବା କାହାଣୀ ରହିଥିବା ଶ୍ରୀ ସାହି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ, କ୍ୟାମେରା ମ୍ୟାନ ପ୍ରତାପ ଚନ୍ଦ୍ର ରାଉତ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ ଫ୍ୟାନ୍ସ କ୍ଲବର ବହୁ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।

You may have missed

error: Content is protected !!
Breaking News