ବ୍ରହ୍ମପୁର, ୨୪/୪(ଅଭିଜିତ କର): ସ୍ଥାନୀୟ ଏମକେସିଜି ମୁଖ୍ୟ ଫାଟକ ସାମ୍ନାରେ ବ୍ରହ୍ମପୁର ସହରର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ, ବୁଦ୍ଧିଜୀବୀ, ସଂଘ ଓ ସଙ୍ଗଠନ ପକ୍ଷରୁ ମିଳିତ ଭାବେ ଏକ ଶୋକସଭା ଓ ନୀରବ ପ୍ରାର୍ଥନା କରାଯାଇଛି । ପ୍ରକାଶ ଥାଉ କି, ଗତ ଦୁଇ ଦିନ ତଳେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ମାନଙ୍କ ଆକ୍ରମଣ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇ ଥିବା ବେଳେ ଏହି ଘଟଣାକୁ ସବୁଠି ଦୃଢ଼ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରରେ ମଧ୍ୟ ଉକ୍ତ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ଦେଶରୁ ଆତଙ୍କବାଦ ନିପାତ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯାଇଥିଲା। ଏଥିସହ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ଶୋକସନ୍ତୋପ ପରିବାର ବର୍ଗଙ୍କୁ ଭଗବାନ ଧର୍ଯ୍ୟ ରଖିବାକୁ ଶକ୍ତି ଦେବାକୁ ସମବେଦନା ଜଣାଯାଇଥିଲା। ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ, ଗଞ୍ଜାମ ଓକିଲ ସଂଘର ଯୁଗ୍ମ ସମ୍ପାଦକ ଅସିତ୍ ସାବତ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ଶ୍ୟାମ ସୁନ୍ଦର ଖାଡଙ୍ଗା, ଟିମ୍ କ୍ଲିନ୍ ସିଟି ସଭାପତି ଶକ୍ତିଧର ରାଜଗୁରୁଙ୍କ ସହ ଟିମ୍ ସଦସ୍ୟ, ବରିଷ୍ଠ ସାମ୍ବାଦିକ ଅଭୟ ପାଢ଼ୀ, ସୁଦୀପ ସାହୁ, ଅସିତ୍ ପଣ୍ଡା, ନରସିଂହ ଡାକୁଆ, ବି.କେ. ବିଶାରଦ, ରାଜେଶ ସାହୁ, ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା, ଲଲାଟେନ୍ଦୁ ଚୌଧୁରୀ, ଏସୟୁଜେ ସମ୍ପାଦକ ଦିଗାମ୍ବର ମହାରଣା, ଅଭିଜିତ କର, ରଶ୍ମିତା ପାଣିଗ୍ରାହୀ, କପିଳ ପାଢ଼ୀ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ, ପ୍ରେମାନନ୍ଦ ପୂଜାରୀ, ରୂପକ ମହାନ୍ତି, ନିର୍ମଳ ସାହୁ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ, ସଞ୍ଜୟ ବିଶ୍ୱାଳ, ଶ୍ରୀକାନ୍ତ ସାହୁ, ଏ.ରାଜା ରାଓ, ସମାଜସେବୀ ଅସ୍ମିତା ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଯୁବ ସାମ୍ବାଦିକ କାଳୀ ପ୍ରସାଦ ରଥଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ, ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
More Stories
19-8-2025
18-7-2025
ୟୁସିପୀ ସ୍କୁଲରେ ବିଶ୍ୱ ଯୁବ କୌଶଳ ଦିବସ ପାଳନ