• ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ବ୍ରହ୍ମପୁର, ୧୬/୧ (ଅଭିଜିତ କର): ସ୍ଥାନୀୟ ଉମା ଚରଣ ପଟନାୟକ ଇଂଜିନିୟରିଂ ସ୍କୁଲ ପ୍ରାଙ୍ଗଣରେ ରବିବାର ରାଜ୍ୟ ସ୍ତରୀୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ୧୪ଶ ତମ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସମ୍ମିଳନୀର ସଂଘୀୟ ପତାକାକୁ ଉତ୍ତୋଳନ କରିଥିବା ବେଳେ, ସହିଦ ମାନଙ୍କ ଉଦ୍ଦେଶ୍ୟରେ ସମ୍ପାଦକ ଶ୍ରୀ ଅଶୋକ କୁମାର ମୁଦୁଲି, କାର୍ଯକାରୀ ସଭାପତି ଅଶିଳ କୁମାର ବ୍ରହ୍ମଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀ ମାନେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ପ୍ରାକ୍ତନ ବିଧାୟକ ଡଃ.ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗଦେଇ ବିଗତ ଦିନର ତାଙ୍କର ସଂଘ ପ୍ରତି ଅବଦାନ ଓ କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ସେହିପରି ଜଳ ଯୋଗାଣ ଭଳି ଏକ ଅତ୍ୟାବଶ୍ୟକ କାର୍ଯ୍ୟକୁ ବିଭିନ୍ନ ସମୟରେ ଯଥା ବନ୍ୟା, ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ପରିବାର ତଥା ନିଜ ଜୀବନକୁ ବାଜି ଲଗାଇ ସଂପାଦନ କରୁଥିବାରୁ ଆଗକୁ କିଭଳି ଏହିଧାରା ସେମାନେ ବଜାୟ ରହିବେ ସେମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ଇଂ ଶୁସାନ୍ତ କୁମାର ପାତ୍ର, ଅଧ୍ୟକ୍ଷ ଉମାଚରଣ ପଟନାୟକ ଇଂଜିନିୟରିଂ ସ୍କୁଲ ଓ ଜନସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦାଧିକାରୀ ଯୋଗ ଦେଇ କର୍ମଚାରୀ ମାନଙ୍କୁ ଏଇଭଳି ସଂଗଠିତ ରହି ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସଂସ୍ଥାର ଉତ୍ସର୍ଗିକୃତ ଓ ମହତ ସେବା ପ୍ରଦାନ ପାଇଁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ନେଇ ସଙ୍ଘ ପକ୍ଷରୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ସଭାଟିକୁ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ବ କରିଥିବା ବେଳେ, ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ମୁଦୁଲି ଅତିଥି ପରିଚୟ ପ୍ରଦାନ କରିବା ସହ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଦେଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଥିରେ ସହବନ୍ଧିତ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ କୁମାର ନାୟକ ଯୋଗଦେଇ କର୍ମଚାରୀ ମାନଙ୍କ ଉନ୍ନତି ନିମନ୍ତେ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ପରିପ୍ରେକ୍ଷୀରେ କର୍ମଚାରୀ ସେବା ସାଧକ ନାମକ ସ୍ମରଣିକା ଉନ୍ମୋଚନ ମୁଖ୍ୟ ଅତିଥି ତଥା ମାନ୍ୟଗନ୍ୟ ସମ୍ମାନିତ ଅତିଥିଙ୍କ ଦ୍ବାରା କରାଯାଇଥିଲା ଓ ଶ୍ରୀ ମହାନ୍ତିଙ୍କୁ କର୍ମବୀର ସମ୍ମାନର ଅଳଙ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାକୁ ବ୍ରହ୍ମପୁର ମଣ୍ତଳର ଶ୍ରୀ ପ୍ରଦୀପ କୁମାର ସିଂ, ଶ୍ରୀ ପଦ୍ମ ଚରଣ ପାଢୀ, ଶ୍ରୀ ସନ୍ତୋଷ କୁମାର ସ୍ବାମୀ, ଶ୍ରୀ ସୁମନ କୁମାର ପାତ୍ର, ସୀମାଞ୍ଚଳ ପଣ୍ତା ସମେତ ସମସ୍ତ କର୍ମକର୍ତ୍ତା ସୁଚାରୁ ରୂପେ ସଂପାଦନ କରିଥିଲେ । ସଭା କାର୍ଯ୍ୟ ପରେ ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ମଖ୍ୟ ଉପଦେଷ୍ଟା ଡାଃ ପ୍ରଭାତ ରଞନ ବିଶ୍ବାଳ, ପୁର୍ବତନ ବିଧାୟକ, ସଙ୍ଗଠନ ଉପଦେଷ୍ଟା ଶ୍ରୀଯୁକ୍ତ ଦିଲିପ କୁମାର ମହାନ୍ତି, ସଭପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଶିଳ ବ୍ରହ୍ମ, ବରିଷ୍ଠ ଉପ-ସଭାପତି ଶ୍ରୀଯୁକ୍ତ ସୁର୍ଦଶନ ପ୍ରଧାନ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ମୁଦୁଲି, ରାଜ୍ୟ କମିଟିର ଉପ-ସଭାପତି ପ୍ରଶନ୍ନ କୁମାର ପଣ୍ତା, ବିଜୟ କୁମାର ମଲିକ, ଦୁର୍ଗା ଚରଣ ସତପଥି, ନାରାୟଣ ବାଗ, ପ୍ରପୁଂଲ କୁମାର ସାମଲ, ପ୍ରଦିପ କୁମାର ସିଂ, ସଂମ୍ପାଦକ ଶ୍ରୀବତ୍ସ ବେହୁରା, ଯୁଗ୍ମ ସମ୍ପାଦକ ଗିରିଶ ଚନ୍ଦ୍ର ନାୟକ, ସୁଧାସୁଂ ରାୟ, ରଞନ କୁମାର ଜ୍ୟୋସି, କୁନ୍ଦନ ସାହୁ, ସୁସିଲ କୁମାର ପଢିଆରୀ, ଚନ୍ଦନ କୁମାର ପରିଡା, ସଙ୍ଗଠନ ସମ୍ପାଦକ ସୁବାସ ମିଶ୍ର, ପ୍ରେମାନନ୍ଦ ବାରିକ, କଳ୍ପନା ମାର୍ଥା, ବିନୋଦ ବିହାରୀ ବଳ, ପଦ୍ମ ଚରଣ ପାଢୀ, କାର୍ଯ୍ୟାଳୟ ସମ୍ପାଦକ ସାରଙ୍ଗଧର ସାହୁ, କୋଷାଧ୍ୟକ୍ଷ ଅନିଲ କୁମାର ପ୍ରଧାନ, ମିଡିଆ ସମ୍ପାଦକ ସ୍ମୃତିରଞନ ଗିରି, ସମୀକ୍ଷକ ପ୍ରଶାନ୍ତ କୁମାର ଦାସ, ଶୁସାନ୍ତ କୁମାର ନାୟକ । ନୁତନ ଭାବେ ଚୟନ ହୋଇଥିବା କେନ୍ଦ୍ରୀୟ ନେତୃତଙ୍କୁ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ କୁମାର ନାୟକ ଶପଥ ପାଠ କରାଇ ଥିଲେ । ସଭାଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଶିଳ କୁମାର ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।
More Stories
30-5-2025
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ