Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଜନ୍ମ ଦିନରେ ଜରା ନିବାସ ବୃଦ୍ଧାଙ୍କୁ ଖାଦ୍ୟ ବଣ୍ଟନ କଲେ ଦିନେଶ

Spread the love

ବ୍ରହ୍ମପୁର, ୪/୯ (ଅଭିଜିତ କର): ବ୍ରହ୍ମପୁର ସହରର ଜଣେ ପରିଚିତ ଯୁବ ସାମ୍ବାଦିକ ତଥା ସ୍ବେଚ୍ଛାସେବୀ ଦିନେଶ ପଟ୍ଟନାୟକ ଙ୍କର ଆଜି ୩୦ତମ ଜନ୍ମଦିନ ଅବସରରେ ସେ ଏକ ମହତ୍ କାର୍ଯ୍ୟ କରିଛନ୍ତି । ବିଗତ ବର୍ଷ ମାନଙ୍କରେ ସେ ନିଜ ଜନ୍ମ ଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରୁଥିବା ବେଳେ, ଚଳିତ ବର୍ଷ କିନ୍ତୁ ସେ ଏକ ମହତ୍ କାର୍ଯ୍ୟ କରିବା ପାଇଁ ମନ ବଳାଇଥିଲେ । ସେହି ପ୍ରକାରେ ସେ ଆଜି ବ୍ରହ୍ମପୁର ସହରର ଉପଖଣ୍ଡ ଅନ୍ତର୍ଗତ ଆମ୍ବଗଡ ଗ୍ରାମ ଠାରେ ଥିବା ଏକ ଜରା ନିବାସରେ ପହଞ୍ଚି ଅନ୍ତେବାସୀଙ୍କ ଆଶୀର୍ବାଦ ଗ୍ରହଣ କରିଥିବା ସହ ସେମାନଙ୍କୁ କିଛି ଫଳ ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ବିଭିନ୍ନ ପରିସ୍ଥିତିରେ ଆସି ନିଜ ଘର ଓ ପରିବାର ଠାରୁ ଦୂରରେ ଥିବା ବୃଦ୍ଧା ମାନଙ୍କୁ ନିଜ ପରିବାର ସଦସ୍ୟ ଭଳି ସ୍ନେହ ଦେବା ଉଦ୍ଦେଶ୍ୟରେ ସେମାନଙ୍କ ଗହଣରେ ପହଞ୍ଚି ପ୍ରାୟ ୨୫ରୁ ୩୦ ଜଣଙ୍କ ପାଇଁ ଏପେଲ, ବିସ୍କୁଟ ଓ ବ୍ରେଡ ଭଳି ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, ଆଜିର ଯୁବ ପିଢ଼ି ମାନେ ନିଜ ଜନ୍ମ ଦିନକୁ ବହୁ ଆଡ଼ମ୍ବରରେ ମଉଜ ମଜଳିସ କରି ଟଙ୍କାର ଅପବ୍ୟୟ କରୁଥିବା ଦେଖିବାକୁ ମିଳିଥିଲା ବେଳେ, ଏହିଭଳି ଅସହାୟ ତଥା ଆବଶ୍ୟକୀୟ ବ୍ୟକ୍ତି ମାନଙ୍କୁ ତାଙ୍କ ସହାୟତା ପାଇଁ ହାତ ବଢ଼ାଇଲେ ସେମାନଙ୍କ ଆଶୀର୍ବାଦ ଦ୍ଵାରା ଆଗାମୀ ଜୀବନ ସୁଖମୟ ହେବ ବୋଲି ଆଶା ପ୍ରକଟ କରିଥିଲେ । ତେବେ ସେ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିସିସି ସହ ଯୋଡ଼ିତ ହୋଇ ଏହିଭଳି ଏକ ମହତ୍ କାର୍ଯ୍ୟ ନିଜ ମନକୁ ଅନି ଆଜି ଅନ୍ତେବାସୀଙ୍କ ସହ ନିଜ ଜନ୍ମ ଦିନକୁ ପାଳନ କରି ଖୁସି ବ୍ୟକ୍ତ କରିଛନ୍ତି। ଏବଂ ଏହିଭଳି କାର୍ଯ୍ୟ ଆଜିର ଯୁବ ପିଢ଼ି ମଧ୍ୟ କରିବା ଅତ୍ୟାବଶ୍ୟକୀୟ ବୋଲି ଦିନେଶ ପ୍ରତିକ୍ରିୟାରେ କହିଛନ୍ତି।

Abhijit Kar (Journalist)
District Correspondent
MANTHAN Odia Daily Newspaper
BERHAMPUR, GANJAM
7008342882 / 7894703727
abhijitkara1995@gmail.com

You may have missed

error: Content is protected !!
Breaking News