* ୭ ଦଫା ଦାବୀ ନେଇ ୭ରେ ହାଣ୍ଡି ଛାଡ଼, ଭୁବନେଶ୍ୱର ଚାଲ ନିଷ୍ପତି
ବ୍ରହ୍ମପୁର, ୨୩/୨(ଅଭିଜିତ କର): ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ବିଜୁ ଶ୍ରମିକ ସାମୁଖ୍ୟ ସହ ବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକପାଚିକା ରାଜ୍ୟ ସଂଘ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପାଚକପାଚିକା ମାଆ ମାନଙ୍କ “ଏକ ଗୁରୁତ୍ବପୂର୍ଣ ସମାବେଶ” ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ପାଚକପାଚିକା ରାଜ୍ୟ ସଂଘ ସଭାପତି ଶ୍ରୀ ଯୋଗେନ୍ଦ୍ର ସାଇଁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସମାବେଶରେ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇ ମାଆ ମାନଙ୍କର ଯଥୋଚିତ ଦାବୀକୁ ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଦୀର୍ଘ ୨୯ ବର୍ଷ ପୂର୍ବରୁ ଓଡ଼ିଶାର ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ପାଚକ ପାଚିକା ମାଆ ମାନେ ଉତ୍ସର୍ଗୀକୃତ ଢ଼ଙ୍ଗେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କ ମୌଳିକ ପାରିଶ୍ରମିକ ଏବଂ ସରକାରୀ ସ୍ଵିକୃତୀ ମିଳି ନଥୁବା ଯୋଗୁଁ ଏହି ସମାବେଶରେ ସାମଗ୍ରୀକ ଭାବେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ଏହି ସମାବେଶରେ ବିଶେଷ କରି ସର୍ବ ପ୍ରଥମେ ମାଆ ମାନଙ୍କୁ ତିନି ଦଶନ୍ଧିର ପରିଶ୍ରମ ବିନିମୟରେ ତୁରନ୍ତ ସରକାର ନିଯୁକ୍ତି ପତ୍ର ଏବଂ ପରିଚୟ ପତ୍ର ଦେବାକୁ ଦାବୀ କରାଯାଇଛି । ସେହିପରି ଦୈନିକ ୪୫୨ ଟଙ୍କା ହିସାବରେ ମାଆ ମାନଙ୍କର ସର୍ବନିମ୍ନ ମଜୁରୀ ୧୩,୫୦୦ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଦେବାପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ୬୦ ବର୍ଷ ଆଳରେ ମାଆ ମାନଙ୍କୁ କାର୍ଯ୍ୟାନ୍ତର କରାଯାଉଥିବା ବେଳେ, ତାଙ୍କ ପରିବାରର ଜଣକୁ ପୁନଃ ନିଯୁକ୍ତି ସଙ୍ଗେ ସଙ୍ଗେ ଅବସରକାଳୀନ ଭତ୍ତା ସରୂପ ମୃତ୍ୟୁ ବେଳେ ଘୋଷଣା କରାଯାଇଥିବା ୧ ଲକ୍ଷ୍ୟ ଟଙ୍କା ସାହାଯ୍ୟ ଭତ୍ତାକୁ ଅବସରକାଳୀନ ଭତ୍ତା ସରୂପ ବଞ୍ଚା ଅବସ୍ଥାରେ ଦେବାପାଇଁ ସରକାରଙ୍କ ଠାରେ ଦାବୀ କରାଯାଇଛି। ବିଶେଷ କରି ମାଆ ମାନଙ୍କୁ ଏସ୍.ଏମ୍.ସି. ଦ୍ୱାରା ବିନା କିଛି କାରଣରେ ଅଯୌକ୍ତିକ ଭାବେ କାର୍ଯ୍ୟାନ୍ତର କରାଯାଉଥିବା ବେଳେ, ତାହାକୁ ବନ୍ଦ ରଖ୍ ମାଆ ମାନଙ୍କୁ ସରକାର ସିଧା ସଳଖ ଭାବେ ନିୟନ୍ତ୍ରଣରେ ରଖିବା ପାଇଁ ଦାବୀ କରାଯାଇଅଛି । ବର୍ତ୍ତମାନ ଦିଆଯାଉଥିବା ସମୁଦ୍ରକୁ ଶଙ୍ଖ ସରୂପ ପାରିଶ୍ରମିକକୁ ମାସର ପ୍ରଥମ ସପ୍ତାହରେ ସଠିକ୍ ଭାବେ ଦିଆଯାଉ, ଏ ସମସ୍ତ ଦାବୀକୁ ପୂର୍ବରୁ ବର୍ତ୍ତମାନ ସରକାରଙ୍କୁ ଜଣାଇ ଦିଆଯାଇଥିବା ବେଳେ, ଏହି ପର୍ଯ୍ୟନ୍ତ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ । ଏମିତି କି, ମାଆ ମାନଙ୍କର ତିନି ମାସର ଦରମାକୁ ସଠିକ୍ ଭାବେ ସରକାର ଦେଇ ନଥିବା ଯୋଗୁଁ ସମାବେଶରେ ମାଆ ମାନଙ୍କ ତରଫରୁ ଉଦ୍ବେଗ ପ୍ରକାଶ କରାଯାଇ ଥିଲା । ଏହାସହ ସେ କହିଛନ୍ତି ଯେ, ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଅନୁରୋଧ କରିଥିବା ବେଳେ, ପୁଣି ଥରେ ଆଉ ଏକ ସପ୍ତାହ ମଧ୍ୟରେ ଏ ସମସ୍ତ ଦାବର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ସଠିକ୍ ସମୟରେ ଦାବୀ ଗୁଡ଼ିକ ପୂରଣ କରାନଯାଏ ତେବେ ଆଗାମୀ ୭ ତାରିଖ ଦିନ ଭୁବନେଶ୍ବର ଲୋୟର୍ ପିଏମ୍ଜି ଠାରେ ରାଜ୍ୟର ସମସ୍ତ ପାଚକପାଚିକା ମାଆ ମାନେ ଏକତ୍ରିତ ହୋଇ “ହାଣ୍ଡିଛାଡ଼ ଅଭିଯାନ”ରେ ଯୋଗଦେଇ ମଧ୍ୟାହ୍ନ ଭୋଜନକୁ ଅଚଳ କରିବା ନେଇ ଘୋଷଣା କରିଛନ୍ତି । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଏଥିରେ ପାଚକପାଚିକା ରାଜ୍ୟ ସଂଘର ମୁଖ୍ୟ ସଂଯୋଜକ ନିରଞ୍ଜନ ପାତ୍ର, ପ୍ରଦୀପ ନାୟକ, ରାଜ୍ୟ ଉପ-ସଭାନେତ୍ରୀ ସୁମିତ୍ରା ରଥ, ରାଜ୍ୟ ସାଧାରଣ ସମ୍ପାଦିକା ଦୀପାଞ୍ଜଳୀ ଯାଦବ, ରାୟଗଡ଼ା ଜିଲ୍ଲା ସଭାପତି ସୁଭଦ୍ରା ଦାସ, ମୟୂରଭଞ୍ଜର ଗେଲିମଣି ବାଗଲ୍, କେନ୍ଦ୍ରାପଡ଼ାର ଗୌରୀ ସାଇଁ, ଢେଙ୍କାନାଳର ସୁଷମା ଦାସ, ଭଦ୍ରକର ନନ୍ଦିତା ଦାସ, ବାଲେଶ୍ୱରର ମଞ୍ଜୁଲତା ପଣ୍ଡା, କଟକର ସବିତା ମହାରଣା, ମୟୂରଭଞ୍ଜର ସଞ୍ଜୁଲ୍ଲା ବିଶ୍ବାଳଙ୍କ ସମେତ ରାଜ୍ୟର ବହୁ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ନର୍ମଦା ସାହୁ, ସମ୍ପାଦିକା ଅହଲ୍ୟା ସାହୁ, ସୁମତି ପାଣିଗ୍ରାହୀ, ଗାୟତ୍ରୀ ମହାରଣା, ସରସତୀ ବିଶୋୟୀ ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
More Stories
30-5-2025
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ