Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଫେବୃଆରୀ ୧ ତାରିଖରୁ ବ୍ରହ୍ମପୁର ମହୋତ୍ସବ

Spread the love

• ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳ ପଡିଆରେ ଭୂମି ପୂଜନ

ବ୍ରହ୍ମପୁର, ୨୪/୧ (ଅଭିଜିତ କର): ଅଗ୍ରଣୀ ସାଂସ୍କୃତିକ ମହୋତ୍ସଵ ବ୍ରହ୍ମପୁର ମହୋତ୍ସବ ୨୦୨୫ ଆସନ୍ତା ଫେବୃଆରୀ ୧ ତାରିଖରୁ ୬ ପର୍ଯ୍ୟନ୍ତ ସ୍ଥାନୀୟ ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ ।ସେନେଇ ଆଜି ସକାଳେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ୬ ଦିନ ବ୍ୟାପି ଏହି ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମର ଷ୍ଟାଲ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ, ଏଣୁ ଏହି ମହୋତ୍ସବକୁ ଜନ ସାଧାରଣଙ୍କୁ ସ୍ବାଗତ ଓ ନିମନ୍ତ୍ରଣ କରିବା ସହ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ବାଜୟୀ ରଖିବାରେ ଏକ ଅଙ୍ଗ ହେବାକୁ ସଭାପତି ସୁଶାନ୍ତ କୁମାର ସାବତ ଆହ୍ବାନ ଦେଇଥିଲେ । ଏହି ଅବସରରେ ସାଧାରଣ ସମ୍ପାଦକ ଶ୍ରୀ ଇ ପ୍ରଶାନ୍ତ କୁମାର ପାତ୍ର, ମହୋତ୍ସବ ସମ୍ପାଦକ ଗୋପାଳ ପଟନାୟକ, ପ୍ରକାଶ ଭାଜନୀ, ସଞ୍ଜୟ ମାଝୀ, ମାର୍କେଟିଙ୍ଗ ଇଭେଣ୍ଟ ଏମଡି ରବି ଶଙ୍କର, ବିଭୀଷଣ ମଲିକ, ପ୍ରଶାନ୍ତ ବାଇ, ତପନ ପଣ୍ଡା, ନିବେଦିତା ପାଢ଼ୀ, ସାଧନା ପାଢ଼ୀ, ନାରୟଣ ମହାଙ୍କୁଡ, ରିତାଞ୍ଜଳି ସ୍ୱାଇଁ, ଗୀତାଞ୍ଜଳି ଜେନା, ପ୍ରଭାସିନୀ ପଣ୍ଡା, ଅନିଲ ପାତ୍ର, ଅନନ୍ତ ପ୍ରଧାନ, ରୋହିତ ପରିଡା,କାର୍ତ୍ତିକ ପାଣିଗ୍ରାହୀ, ମନରଞ୍ଜନ ପାଢ଼ୀ, ପଣ୍ଡିତ ଶୁଭମ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ ।

You may have missed

error: Content is protected !!
Breaking News