Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ସାମ୍ବାଦିକ ଏକାଦଶ ୧୪୫ ରନରେ ବିଜୟ

Spread the love

ପାତ୍ରପୁର, (୧୬/୨): ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ସ୍ଥିତ ମହନ୍ତ ଶ୍ରୀ ପରାକୁଂସ ବିଦ୍ୟାପିଠ ଖେଳ ପଡ଼ିଆ ଠାରେ ରବିବାର ସାମନ୍ତିଆପଲ୍ଲୀ ବନାଞ୍ଚଳ ଓ ପାତ୍ରପୁର ବ୍ଲକ ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖର, ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ (ରେଞ୍ଜର) ମନୋଜ କୁମାର ପାତ୍ର, ପରାଙ୍କୁଶ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ମହନ ରାଓ ଓ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ମିଶ୍ର, ସାମନ୍ତିଆପଲ୍ଲି ସମିତି ସଭ୍ୟ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇ ସାମ୍ବାଦିକ ଏକାଦଶ ବ୍ୟାଟିଂ କରି ଦଶ ଅଭରରେ ୧୪୫ ରନ କରିଥିବା ବେଳେ, ପ୍ରତି ଜବାବରେ ସାମନ୍ତିଆପଲ୍ଲୀ ବନାଞ୍ଚଳ ଏକାଦଶ ଦଶ ଓଭରରେ ୧୦୧ ରନ ସଂଗ୍ରହ କରି ୪୫ ରନରେ ପରାଜିତ ହୋଇଥିଲେ । ଦୁଇ କ୍ରୀଡ଼ା ଶିକ୍ଷକ ଅରୁଣ କୁମାର ମହାନ୍ତି ଓ କେଦାରନାଥ ଅଧିକାରୀ ମ୍ୟାଚରେ ଏମ୍ପାୟାର ଦାୟିତ୍ୱ ତୁଲାଇ ଥିବା ବେଳେ, ଏହି କାର୍ଯ୍ୟକ୍ରମରେ ବହୁ ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ ।

You may have missed

error: Content is protected !!
Breaking News