Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ବିଧାୟକ ଉନ୍ନୟନ ପାଣ୍ଠିର କାର୍ଯ୍ୟ ସମୀକ୍ଷା କଲେ କେ. ଅନିଲ କୁମାର

Spread the love

ବ୍ରହ୍ମପୁର ୨୨।୧ (ଅଭିଜିତ କର): ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟରେ ବୁଧବାର ଦିନ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଉନ୍ନତୀକରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ବିଧାୟକ ଉନ୍ନୟନ ପାଣ୍ଠିର କାର୍ଯ୍ୟ ସମୀକ୍ଷା କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଯନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ମାଗିଥିବା ସହ ସେ ସବୁର ତଦନ୍ତ କରିଥିଲେ । ଏହାସହ କେ.ଅନିଲ କୁମାର ବିଧାୟକ ହେବା ପରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଧାୟକ ଲାଡ୍‌‍ ଫଣ୍ଡର ୨ କୋଟି ୩୦ ଲକ୍ଷ ଟଙ୍କାର କାର୍ଯ୍ୟ କରିବାକୁ ମହାନଗରକୁ ପ୍ରଦାନ କରିଥିବା ବେଳେ, ସେହି କାର୍ଯ୍ୟ ଗୁଡିକର ଅଗ୍ରଗତି ନହୋଇଥିବା ଆଶଙ୍କା ନେଇ ଆଜି ସମୀକ୍ଷା ପାଇଁ ଡାକିବା ସହ ଯନ୍ତ୍ରୀ ମାନଙ୍କୁ ତାଗିଦ୍‌‍ କରିଥିଲେ। ତେବେ ଅତିଶୀଘ୍ର କାର୍ଯ୍ୟାଦେଶ ଦେବା ସହ ଆଗାମୀ ମାସରୁ ୩ମାସ ମଧ୍ୟରେ ସେହି ସମସ୍ତ କାର୍ଯ୍ୟ ଗୁଡ଼ିକୁ ଶେଷ କରି ୟୁଟିଲାଇଜେସନ୍‌‍ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆହୁରି ଅଧିକ ଅର୍ଥ ସହରର ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଆସିପାରିବ ବୋଲି ବିଧାୟକ କେ.ଅନିଲ କୁମାର କହିଛନ୍ତି।

You may have missed

error: Content is protected !!
Breaking News