Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ବିଭାଗୀୟ ସ୍ତରୀୟ ଅଧିକାରୀଙ୍କୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Spread the love

• ଉନ୍ନତିମୂଳକ କାର୍ଯ୍ୟ ପାଇଁ ବିଧାୟକଗଣଙ୍କ ସହ ଟମ୍ ରୂପେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ଛତ୍ରପୁର, (୬/୩): ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ରୂଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାର ପ୍ରଭାରୀ ତଥା ରାଜ୍ୟ ସରକାରଙ୍କ ମାନ୍ୟବର ଆଇନ ପୂର୍ତ୍ତ ଏବଂ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ଜିଲ୍ଲାର ସମସ୍ତ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ପଞ୍ଚାୟତିରାଜ ବିଭାଗ, ଓରମାସ୍, ଖାଉଟି ଓ ଖାଦ୍ୟ ଯୋଗାଣ, ଜଙ୍ଗଲ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ରାସ୍ତା ଓ କୋଠାବାଡି ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ ଗୁଡିକର କାର୍ଯ୍ୟକଳାପ ବିଷୟରେ ପଚ଼ାରି ବୁଝି ଥିଲେ । ସେହିପରି ଜିଲ୍ଲାର ଉନ୍ନତି କଳ୍ପେ ଯାହା କାର୍ଯ୍ୟ ହେଉଛି ସେଗୁଡିକୁ ସ୍ଥାନୀୟ ବିଧାୟକଗଣଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ପ୍ରାଥମିକତା ଭିତ୍ତିରେ ଗୋଟିଏ ଟିମ୍ ଭାବେ କାମ କରିବା ହେଲେ ବିଭିନ୍ନ ସମସ୍ୟାର ସରଳ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତତ୍ ସହିତ ପଞ୍ଚାୟତ ବିଭାଗର ପ୍ରତିଟି ନିର୍ଦ୍ଦେଶ ଗୁଡିକ ଲୋକ ପ୍ରତିନିଧିଙ୍କୁ ଅବଗତ କରାଇବା ସହିତ ସର୍ବ ସାଧାରଣଙ୍କ ଅବଗତି ସକାଶେ ପଞ୍ଚାୟତ କାନ୍ଥରେ ଦର୍ଶାଇବାକୁ ଅଧିକାରୀ ମାନଙ୍କୁ କହିଥିଲେ । ଏହି ସମୀକ୍ଷା ବୈଠକରେ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର , ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ ଗଣ ଉପସ୍ଥିତ ଥିଲେ। (ରିପୋର୍ଟ – ଅଭିଜିତ କର)

You may have missed

error: Content is protected !!
Breaking News