Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ବିଭୂତିଙ୍କ କ୍ୟାବିନେଟ୍ ମନ୍ତ୍ରୀ ପଦ ଖାଇଯିବେ କି … ସାଂସଦ ପ୍ରଦୀପ … ?

Spread the love

• ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅକ୍ତିଆର ବାବଦରେ ବଦନାମ୍ ଏକ ଷଡ଼ଯନ୍ତ୍ର ! 

ବ୍ରହ୍ମପୁର,୧/୭ (ଅଭିଜିତ କର): ଓଡ଼ିଶା ବିଜେପି ରାଜ୍ୟରେ ସରକାର ଗଠନ କରିବାର ଦୀର୍ଘ ଏକ ବର୍ଷ ବିତିଯାଇଥିବା ସତ୍ତ୍ୱେ ବି ପିଛା ଛାଡ଼ିନି ଦଳର ଅପାରଗତା, ଗୋଷ୍ଟି କନ୍ଦଳ ଓ ବଦନାମ ଷଡ଼ଯନ୍ତ୍ର । ଚଳିତ ସାଧାରଣ ନିର୍ବାଚନରେ ପରିବର୍ତ୍ତନର ନାରା ଦେଇ ଜନ ସାଧାରଣଙ୍କ ଠାରୁ ବିପୁଳ ସଂଖ୍ୟାରେ ସମର୍ଥନ ଭୋଟ ପାଇ ସରକାର କରିଥିବା ବିଜେପି ଏବେ ହରଡ଼ଘଣାରେ ପଡ଼ିଛି। ଅଭିଜ୍ଞତାର ଅଭାବରେ ଗଠିତ ହୋଇଥିବା ନୂତନ ସରକାରଙ୍କ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟ୍ ମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କ ମଧ୍ୟରେ କୌଣସି ପ୍ରକାରର ଏକତା ଓ ସୁଶାସନ ଦେବାରେ ତାଳ ମେଳ ନଥିବା ସ୍ପଷ୍ଟ ବାରି ହେଉଛି । କାରଣ ନିଜ ନିଜ ଭିତରେ ରହିଥିବା ଦୀର୍ଘ ବର୍ଷର ତିକ୍ତତାକୁ ସହଜରେ ଭୁଲି ପାରିନାହାନ୍ତି ଦଳୀୟ ନେତା ଓ ଆମଦାନୀ ମିଶ୍ରିତ ନେତା । ସେହିପରି ଏକ ଘଟଣାର ଅନୁସନ୍ଧାନ ଏକ ସମାଲୋଚନାରୁ ଜଣାପଡିଛି ଯେ, ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦୁଇ ହେବି ୱେଟ୍ ନେତା ଯିଏ କି ଦୀର୍ଘ ବର୍ଷ ଧରି ଗୋଟିଏ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଆସନ ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରି ଆସୁଥିବା ବେଳେ, ଚଳିତ ନିର୍ବାଚନରେ କିନ୍ତୁ ଉଭୟ ପରସ୍ପରଙ୍କ ବିଜୟ ପାଇଁ ନିର୍ବାଚନର ଭୋଟ ଭିକ୍ଷା କରିଥିଲେ । ସୂଚନା  ଥାଉ କି, ଗତ ୨୦୨୪ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ରୂପେ ନିର୍ବାଚିତ ହୋଇଥିବା ଡ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ତଥା ମାନ୍ୟବର ବାଣିଜ୍ୟ ପରିବହନ ଖଣି ଇସ୍ପାତ କ୍ୟାବିନେଟ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପୂର୍ବରୁ ଦୁହେଁ ବରିଷ୍ଠ ନେତା ଗୋଟିଏ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରତିଦ୍ବନ୍ଦିତା କରିଥିଲେ । 

କିନ୍ତୁ ୧୦୨୪ ନିର୍ବାଚନ ପୂର୍ବରୁ ପ୍ରଦୀପ ବାବୁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ବିଜେପିର ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ ଦଳର ସାମିଲ ହେବାପରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ରୂପେ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଥିବା ବେଳେ, ନିଜ ନିର୍ବାଚନ ମଣ୍ଡଳୀରୁ ବିପୁଳ ସଂଖ୍ୟାରେ ସମର୍ଥନ ଭୋଟ ପାଇ ବିଜୟୀ ହୋଇଥିଲେ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଦୁହେଁ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ରୂପେ ପରିଗଣିତ ହେଉଥିବା ସହ ରାଜ୍ୟ ସ୍ତରରେ ଦୁଇ ନେତାଙ୍କ ଖୁବ୍ ଦବ୍ ଦବା ରହିଥିଲା । ପ୍ରଦୀପ ବାବୁ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଖାସ ହୋଇ ଦଳର ନେତାଙ୍କ ପାଇଁ ସର୍ବସର୍ବା ଥିବା ବେଳେ, ବିଭୂତି ବାବୁ ବିଜେପି ରାଜ୍ୟ କମିଟିର ରାଜ୍ୟ ସମ୍ପାଦକ ସଦସ୍ୟ ରୂପେ ଦାୟିତ୍ଵରେ ରହିଥିଲେ । ବିଭିନ୍ନ ସମୟରେ ତତ୍କାଳିନ ବିଜୁ ଜନତା ଦଳ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ, ପ୍ରଦୀପ ବାବୁଙ୍କୁ ମଧ୍ୟ ବହୁ ପ୍ରସଙ୍ଗରେ ବିରୋଧ ସହ ତାଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଥିଲେ ବିଭୂତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ରୂପେ କାର୍ଯ୍ୟକାଳରେ ଥିବା ପ୍ରଦୀପ ବାବୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ବହୁ ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ସହ ତାଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଥିଲେ। ତେବେ ଏହିପରି ଦୁହେଁ ନେତା ପରସ୍ପର ପ୍ରତି ପ୍ରତିଦ୍ବନ୍ଦୀ କରି ଆସୁଥିବା ବେଳେ, ସେହି ତିକ୍ତତା ଆଜିବି ରହିଥିବା ଦେଖିବାକୁ ମିଳୁଛି। କାରଣ ୨୦୧୯ ନିର୍ବାଚନରେ ବିଭୂତିଙ୍କୁ ଅଳ୍ପ କିଛିଟା ଭୋଟରେ ପରାଜୟ କରି ବିଜୟୀ ହୋଇଥିବା ପ୍ରଦୀପ ବାବୁ କାଳେ ଇଭିଏମର ଷଡ଼ଯନ୍ତ୍ର ସହାୟତାରେ ବିଜୟୀ ହୋଇଥିବା ପୂର୍ବରୁ ବିଭୂତି ବାବୁ ଅଭିଯୋଗ ମଧ୍ୟ ଆଣିଥିଲେ । ସେହିପରି କିନ୍ତୁ ୨୦୨୪ ନିର୍ବାଚନରେ ଦୁହେଁ ଅପ୍ରିତି ନେତା ଅର୍ଥାତ୍ ସାଂସଦ ଭୋଟ ପାଇଁ ବିଭୂତି ବାବୁ ପ୍ରଦୀପ ବାବୁଙ୍କ ପାଇଁ ଗୋପାଳପୁରରେ ଭୋଟ ଭିକ୍ଷା କରିଥିବା ବେଳେ ବିଧାୟକ ଭୋଟ ପାଇଁ ପ୍ରଦୀପ ବାବୁ ବିଭୂତି ବାବୁଙ୍କ ପାଇଁ ପରସ୍ପର ଭୋଟ ଭିକ୍ଷା କରି କ୍ୟମ୍ପେନୀଙ୍ଗ କରିଥିଲେ । ହେଲେ ନବୀନ ବାବୁଙ୍କ ଖାସ୍ ଥିବା ପ୍ରଦୀପ ବାବୁଙ୍କୁ ପାଣ୍ଡିଆନ ବାବୁ ସେହି ସ୍ଥାନରୁ ହଟାଇ ନିଜେ ସେହି ଖାସ୍ ସ୍ଥାନଟିକୁ ହାସଲ କରିଥିବା ବେଳେ, ସେହି ଦିନ ଠାରୁ ଦୁହେଁ ଦୁହିଁଙ୍କ ଶତ୍ରୁ ରୂପେ ପରିଚୟ ଦେଇଥିଲେ । ଗତ ୨୦୨୪ ନିର୍ବାଚନରେ ପାଣ୍ଡିଆନ ବାବୁଙ୍କ ରାଜତ୍ୱକୁ ଚ୍ୟାଲେଞ୍ଜ ଦେଇ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲାକୁ ଭାରତୀୟ ଜନତା ପାର୍ଟି ହାତରେ ଟେକି ଦେଇଥିବା ବେଳେ, କେବଳ ସାନଖେମୁଣ୍ଡି ଓ ହିଞ୍ଜିଳିରେ ନବୀନ ପଟ୍ଟନାୟକଙ୍କୁ ବାଦ୍ ଦେଇଥିଲେ । 

ଏହି ଚ୍ୟାଲେଞ୍ଜର ସଫଳତା ହାସଲ ବଦଳରେ ପ୍ରଦୀପ ବାବୁ କାଳେ ମୋଦୀଙ୍କ ନିକଟତର ହୋଇ ତାଙ୍କ ଟିମ୍ ଅର୍ଥାତ୍ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ବେଳେ, ତାଙ୍କୁ କିନ୍ତୁ ମନ୍ତ୍ରୀ ପଦ ମିଲି ନଥିଲା । ସେତେବେଳେ ରାଜ୍ୟରେ ନୂତନ ସରକାର ଗଠନ କରି ମନ୍ତ୍ରୀ ମଣ୍ଡଳକୁ ନେଇ ତନାଘନା ସମୟରେ ବିଭୂତି ବାବୁଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଥିଲା । ତେବେ ଆଶାୟୀ ଥିବା ପ୍ରଦୀପ ବାବୁଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିନଥିବା ବେଳେ, ବିଭୂତୀଙ୍କୁ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଥିବା ନେଇ ସାଂସଦ ପ୍ରଦୀପ ବାବୁଙ୍କ ଅନ୍ତରେ ଅନଳ ଲାଗିଯାଇଥିଲା । ସେହି ଅନଳକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ପ୍ରଦୀପ ବାବୁ କାଳେ ମନ୍ତ୍ରୀ ବିଭୂତିଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତିକୁ ସୃଷ୍ଟି କରି ବିଭୂତିଙ୍କୁ ବଦନାମ୍ କରିବାକୁ ଷଡ଼ଯନ୍ତ୍ର ରଚି ଅଛନ୍ତି ବୋଲି ଏକ ସମାଲୋଚନାରୁ ଶୁଣିବାକୁ ମିଳିଛି। କାରଣ ନିକଟରେ ବାରମ୍ବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଯୁବତୀ ମାନଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହେଉଥିବା ବେଳେ, ରାଜନୈତିକ ହିଂସା କାଣ୍ଡ, ରାହାଜାନୀ, ଦାଦାବଟି ଆଦାୟ ଓ ଖଣି – ଇସ୍ପାତ ତଥା ମୋରମ ଚୋରାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ମଧ୍ୟ ରହିଛି । ତେବେ ଗତ ଏକ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲା ବାରମ୍ବାର ଲଜ୍ଜ୍ୟାର ସମ୍ମୁଖୀନ ହେଉଛି, ସମସ୍ତ ରାଜ୍ୟ ମଧ୍ୟରେ ଗଞ୍ଜାମ ଜିଲ୍ଲାକୁ ଏକ ବଳାତ୍କାର ଜିଲ୍ଲା ରୂପେ ବିବେଚିତ ହେବାକୁ ପଡ଼ୁଥିବା ବେଳେ, ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଦେଶ ମାନଙ୍କ ଦ୍ଵାରା ମଧ୍ୟ ଏହିଭଳି ଲଜ୍ଜ୍ୟାକର ମାନପତ୍ର ମିଳିଛି । ପ୍ରକାଶ ଥାଉ କି, କିଛି ଦିନ ପୂର୍ବରୁ ଦୁଇ ନାବାଳିକା ଭଉଣୀଙ୍କୁ ଗଣ ବଳାତ୍କାର ଓ ପରେ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର ଅଭିଯୋଗ ପରେ ଜଣେ ନାବାଳିକା ଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନର ପ୍ରଲୋଭନ ଦେଖାଇ ଜଣେ ବିଜେପି ନେତା ବଳାତ୍କାର ମାମଲାରେ ଦୁଇ ମହିଳା ସହଯୋଗୀଙ୍କ ଗିରଫ ହୋଇଥିବା ବେଳେ, ସୋମବାର ଦିନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ଥାନା ପୁଲିସ ପାଖରେ ଜଣେ ୧୨ ବର୍ଷର ଝିଅକୁ ହାତ ଗୋଡ଼ ବାନ୍ଧି ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ଘଟଣା ଗଞ୍ଜାମ ଜିଲ୍ଲାବାସୀଙ୍କୁ ଲଜ୍ଜିତ କରିଛି। 

ତେବେ ଏହି ସବୁ ଘଟଣା ବା ଅପ୍ରୀତିକର ପରିସ୍ଥିତି ଉପୁଜିବା ପଛରେ ସରକାରଙ୍କ ଅପାରଗତା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ଅବହେଳା କାରଣରୁ ହେଉଛି ନା ଏହି ସବୁ ଜାଣିଶୁଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବଦନାମ୍ କରିବା ଉଦ୍ଦେଶ୍ୟରେ ତାଙ୍କ ମନ୍ତ୍ରୀ ପଦ ଛଡାଇ ନେବା ପ୍ରୟାସରେ ଏହି ଷଡ଼ଯନ୍ତ୍ର ପ୍ରଦୀପ ବାବୁ କରୁଛନ୍ତି ବୋଲି ସହରର ବହୁ ରାଜନୈତିକ ସମୀକ୍ଷକ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ସମାଲୋଚନା ରହିଛି । ଏହାସହ ବିଭୂତି ଓ ପ୍ରଦୀପଙ୍କ ମଧ୍ୟରେ ସେତିକି ସମ୍ପର୍କ ଭଲ ନଥିବା ଚର୍ଚ୍ଚା ହେଉଥିଲା ବେଳେ, ଦୁଇଙ୍କୁ ମଧ୍ୟ ଗୋଟିଏ ମଞ୍ଚରେ ଏକାଠି ବସିଥିବା କେବେ ଦେଖିବାକୁ ମିଳେ ନାହିଁ । କାରଣ ପ୍ରଦୀପ ବାବୁ ପ୍ରାୟ ଦିଲ୍ଲୀ ଗସ୍ତରେ ରହୁଥିବା ସହ ନିଜ ନିର୍ବାଚନ ମଣ୍ଡଳୀ ସହ ବ୍ରହ୍ମପୁରରୁ ଦୂରେଇ ରହୁଥିବା ବେଳେ, ବିଭୂତି ବାବୁ କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ବହୁ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ଅଞ୍ଚଳବାସୀ ଠାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଯାହା ପ୍ରଦୀପ ବାବୁଙ୍କ ମୁହଁରେ କାଳି ବୋଳିବା ସଦୃଶ ଭଳି ମନେ ହେଉଥିବା ସହ ଏମିତି କି, ଦୁଇ ନେତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ବେଳେ ବେଳେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ, ପୂର୍ବରୁ ବିଭୂତି ବାବୁଙ୍କ ଦଳରେ ବେଶ୍ ଆଦୃତ ଥିବା ନେଇ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଥିଲା । ଏହାକୁ ନେଇ ପ୍ରଦୀପ ଟିକେ ଅନଳ ଗ୍ରାସ କରିଥିଲେ, ହେଲେ ବର୍ତ୍ତମାନ ଯଦିଓ ପ୍ରଦୀପ ବାବୁ ସାଂସଦ ଥିବା ସହ ରାଜ୍ୟ ଓ କେନ୍ଦ୍ର ନେତାଙ୍କ ସହ ସମ୍ପର୍କ ଟିକେ ଅଧିକ ସକ୍ରିୟ ଥିବା ଆଶାରେ ସେ ମନ୍ତ୍ରୀ ବିଭୂତି ବାବୁଙ୍କୁ ବିବାଦୀୟ ବୋଲି ବିବେଚିତ କରି ମନ୍ତ୍ରୀ ପଦରୁ ହଟାଇ ତାଙ୍କ ସଂସଦୀୟ କ୍ଷେତ୍ରରେ ଆସୁଥିବା ଅନ୍ୟ ଏକ ସମର୍ଥକ ବିଧାୟକ ସହଯୋଗୀଙ୍କୁ ମନ୍ତ୍ରୀ ପଦ ଦେବାକୁ ପ୍ରଚେଷ୍ଟା ଜାରି ରଖିଥିବା ଆଲୋଚନା ହେଉଛି।

You may have missed

error: Content is protected !!
Breaking News