ବ୍ରହ୍ମପୁର,୫/୯(ଅଭିଜିତ କର): ସ୍ଥାନୀୟ ପ୍ରେମ ନଗର ଅଞ୍ଚଳ ତଥା ନୀଳକଣ୍ଠେଶ୍ଵର ମନ୍ଦିର ଯିବା ରାସ୍ତା ଠାରେ ଶୁକ୍ରବାର ସନ୍ଧ୍ୟାରେ ବି-ଭାଇବ୍ ନାମକ ଏକ ଡ୍ୟାନ୍ସ ଷ୍ଟୁଡିଓର ଶୁଭ ଉଦଘାଟନ ହୋଇଛି। ଏଥିରେ ଅତିଥି ରୂପେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକ ଡି କ୍ରିଷ୍ଣା ରେଡ୍ଡୀ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ, ଆଧୁନିକ ନୃତ୍ୟ ପ୍ରଶିକ୍ଷକ ତରୁନ, ସମୀର, ଚନ୍ଦ୍ରୁ ଏବଂ ଆପନା ପ୍ରମୁଖ ଯୋଗଦେଇ ଷ୍ଟୁଡିଓର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କୁ ଉତ୍ତୋରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା ବେଳେ, ଅତିଥି ମାନେ ପ୍ରତିଷ୍ଠାନର ମୁଖ୍ୟ ପରିଚାଳକ ଉଭୟ ସୁମନ ହାତୀ ଓ ସୁନିଲ ମାଝୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତିଷ୍ଠାନର ଉନ୍ନତି ପାଇଁ ଶୁଭକାମନା ଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ପରିଚାଳକ ଶ୍ରୀ ହାତୀ ସୂଚନା ଦେଇଛନ୍ତି ଯେ, ଏହି ଷ୍ଟୁଡିଓରେ ବଲିଉଡ୍, ହିପ୍-ହପ୍, ସମସାମୟିକ, ପାୱାର ମୁଭ୍ସ ଏବଂ ଫିଟନେସ୍ ଜୁମ୍ବା, କାର୍ଡିଓ, କ୍ରସଫିଟ୍ ଭଳି ବିଭିନ୍ନ ନୃତ୍ୟ ଶୈଳୀ ପ୍ରଶିକ୍ଷଣ ଦିଆଯାଉ ଥିବା ସେ କହିଛନ୍ତି। ସେହିପରି ଶ୍ରୀ ମାଝୀ କହିଛନ୍ତି ଯେ, ଅନ୍ୟ ଷ୍ଟୁଡିଓ ଅପେକ୍ଷା ଏହି ବି-ଭାଇବ୍ ଡ୍ୟାନ୍ସ ଷ୍ଟୁଡିଓରେ ଛୋଟ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ ଓ ମହିଳା ମାନଙ୍କ ପାଇଁ ଜୁମ୍ବା ଭଳି ଅନ୍ୟାନ୍ୟ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାର୍ଥୀ ମାନଙ୍କୁ ଉତ୍ତମ ସଫଳତା ହାସଲ କରି ଆପ୍ରାଣ ଚେଷ୍ଟା କରାଯାଇଥିବା ସେ କହିଛନ୍ତି। ତେବେ ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ସମେତ ପରିବାର ବର୍ଗ, ବହୁ ବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ, ସୁଶାନ୍ତ, ମୋନଜ, ଭୀଷ୍ମ, ଶିବ ପ୍ରସାଦଙ୍କ ସମେତ ଅନ୍ୟ ସହଯୋଗୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
More Stories
ମୋଦିଙ୍କ ନିରାମୟ ଜୀବନ ଓ ଆରୋଗ୍ୟ କାମନାରେ ହନୁମାନ ଚାଳିଶା ପାଠ
“ଏକ ପେଡ୍ ମାଁ, କେ ନାମ” ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଜନ୍ମ ଦିନରେ ଜରା ନିବାସ ବୃଦ୍ଧାଙ୍କୁ ଖାଦ୍ୟ ବଣ୍ଟନ କଲେ ଦିନେଶ