Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଶିଖପାଲ୍ଲୀ ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଟିତ

Spread the love

ମାଲକାନଗିରି, ୬/୨(ବାଦଲ ବିଶ୍ଵାଳ): ମାଲକାନଗିରି ଜିଲ୍ଲାର ଶିଖପାଲ୍ଲୀ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଆଜି ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଏମ. ଭି-୧୯ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସା ଅଧିକାରୀ ଡ.ମହେଶ କୁମାର ବାରିକ, ଶିଖପାଲ୍ଲୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱର୍ଣ୍ଣପ୍ରଭା ରାମ, ମହିଳା ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷି ରାୟ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ଯାଞ୍ଚ କରି ଔଷଧ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟତଃ ମାଆ ଓ ଶିଶୁର ଯତ୍ନ, ବୃଦ୍ଧବୃଦ୍ଧାଙ୍କ ଯତ୍ନ, କିଶୋରୀ ସ୍ୱାସ୍ଥ୍ୟର ଯତ୍ନ, ଅଣସଂକ୍ରମିତ, ସଂକ୍ରମିତ ରୋଗ, ଆଖିର ଯତ୍ନ, ପାଟିର ଯତ୍ନ, ମାନସିକ ସ୍ୱାସ୍ଥ୍ୟ, ଜରୁରୀକାଳୀନ ସେବା, ସାଧାରଣ ରୋଗର ଚିକିତ୍ସା ସହ ବିଭିନ୍ନ ୧୨ଟି ସେବା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ରକ୍ତଚାପ, ମ୍ୟାଲେରିଆ, ମଧୁମେୟ ଓ ରକ୍ତହୀନତା ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ଆଖପାଖ ୫ଟି ଗ୍ରାମର ପ୍ରାୟ ୫୦ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବା ବେଳେ, ମୋଟ ୮୦ଜଣ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରକୁ ଅଙ୍ଗନବାଡ଼ି କର୍ମୀ ରଶ୍ମିତା କବାସୀଙ୍କ ସମେତ ଅନ୍ୟ ୫ଜଣ ଆଶା କର୍ମୀ ସହଯୋଗ କରିଥିଲେ ।

You may have missed

error: Content is protected !!
Breaking News