Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ସପ୍ତମ ଜେ.ବି. ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Spread the love

• ସିଙ୍ଗଲ୍ସରେ ଟୁନା – ଗୋପାଳ ଓ ଡବଲ୍ସରେ ଟୁନା – ସଚିନ, ମହିଳାରେ ବନି – ସୁଭଦ୍ରା ଦଳ ବିଜୟୀ

ବ୍ରହ୍ମପୁର, ୨୬/୧ (ଅଭିଜିତ କର): ସ୍ଥାନୀୟ ଗେଟ୍ ବଜାର ନିକଟସ୍ଥ ସ୍ପୋର୍ଟସ ଏରିନା ଠାରେ ପ୍ରେସ କ୍ଳବ୍ ବ୍ରହ୍ମପୁର ତରଫରୁ ରବିବାର ଅପରାହ୍ନରେ ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁରର ଜଣେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଜୟବର୍ଦ୍ଧନ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଯାକୁ ପ୍ରାୟ ୭ବର୍ଷ ଧରି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା ବେଳେ, ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସପ୍ତମ ଜେ.ବି. ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ପ୍ରେସ କ୍ଳବ୍ ବ୍ରହ୍ମପୁରର ସହ ସମ୍ପାଦକ ଡି ଗୋପାଳ କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଘାଟକ ରୂପେ ବ୍ରହ୍ମପୁର ଏସପି ସର୍ବନା ବିବେକ ଏମ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ଶିକ୍ଷାବିତ୍ ମାନସ ରଞ୍ଜନ ସାହୁ, ବରିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ସୁଧାକର ବାବୁ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ପ୍ରେସ କ୍ଳବ୍ ବ୍ରହ୍ମପୁରର ସଭାପତି ଅଶୋକ ବ୍ରହ୍ମା ସଭକର୍ଯ୍ୟକୁ ଅଧ୍ୟକ୍ଷତା କରିଥିବା ବେଳେ, ସମ୍ପାଦକ ପ୍ରହଲ୍ଲାଦ ସାହୁ ସଭା ପରିଚାଳନା କରିଥିଲେ । ଉପ ସଭାପତି ଅଭୟ କୁମାର ପାଢ଼ୀ ଏବଂ କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ସମସ୍ତ ସାମ୍ବାଦିକ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶୁଭକାମନା ଜଣାଇଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସରେ ମୋଟ ୩୪ଜଣ ଖେଳାଳି ଭାଗ ନେଇଥିବା ବେଳେ, ଡବଲ୍ସରେ ମୋଟ ୭ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏଥିରେ ସିଙ୍ଗଲ୍ସ ଫାଇନାଲରେ ଟୁନା ପ୍ରଧାନ ୨୧ ପଏଣ୍ଟ ରଖିଥିବା ବେଳେ, ଡି ଗୋପାଳ କ୍ରିଷ୍ଣା ରେଡ୍ଡୀଙ୍କୁ ୭ ପଏଣ୍ଟରେ ରଖିଥିଲେ, ସେହିପରି ଡବଲ୍ସ ଫାଇନାଲରେ ଟୁନା ପ୍ରଧାନ – ସଚିନ ବେହେରାଙ୍କ ଦଳ ସହ ଡି ଗୋପାଳ କ୍ରିଷ୍ଣା – ରୀଙ୍କୁ ରେଡ୍ଡୀଙ୍କ ଟୁର୍ଣ୍ଣାମେଣ୍ଟ ଏକ ଦମଦାର ଖେଳ ପ୍ରଦର୍ଶନ ହୋଇଥିଲା ଯାହା ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲା । ଏହି ଡବଲ୍ସରେ ରିଙ୍କୁ – ଗୋପାଳଙ୍କୁ ୨୪ ପଏଣ୍ଟରେ ରଖି ୩୧ ପଏଣ୍ଟ କରି ଟୁନା – ସଚିନଙ୍କ ଦଳ ବିଜୟୀ ହାସଲ କରିଥିଲେ । ସେହିପରି ମହିଳା ଦଳରେ ଇତିଶ୍ରୀ – ସୋନାଲିଙ୍କ ଦଳ ସହ ବନି – ସୁଭଦ୍ରାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ, ଏହି ପ୍ରତିଯୋଗିତାରେ ଇତି – ସୋନାଲିଙ୍କ ଦଳକୁ ୧୬ ପଏଣ୍ଟରେ ଚକ୍ କରି ୨୧ ପଏଣ୍ଟରେ ବନି – ସୁଭଦ୍ରାଙ୍କ ଦଳ ବିଜୟୀ ହୋଇଥିଲେ । ସେହିପରି ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସଭା ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଯୁବ ନେତା ତଥା ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନଙ୍କ ସମେତ ଯୁବ ସମାଜସେବୀ ଅଜିତ କୁମାର ପାତ୍ର ଯୋଗଦାନ କରିଥିବା ବେଳେ, ସଭାପତି ଶ୍ରୀ ବ୍ରହ୍ମା, କୋଷାଧ୍ୟକ୍ଷ ଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି ଅବସରରେ ସାମ୍ବାଦିକ ଜଗତର ବରିଷ୍ଠ ବ୍ୟକ୍ତିତ୍ଵ ଶ୍ରୀ ଲକ୍ଷ୍ମୀ ବେଜ, ଶ୍ରୀନିବାସ ଏବଂ ନରସିଂହ ଡାକୁଆଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ମହାକୁଡ଼, ଦେବହରି ବେହେରା, ବାବୁଲା ପାଣିଗ୍ରାହୀ, ମନୋଜ ପଣ୍ଡା, ଅମର ଦାସ, ଅଭିଜିତ କର, କିରଣ ମିଶ୍ର, ସୁନିଲ ସାହୁ ଉପସ୍ଥିତ ରହିଥିବା ସହ ସଚିନ ବେହେରା, ବିକ୍ରମ ଜେନା, ଲିକୁ ଡାକୁଆ, କୈଳାସ ବେହେରା, ମାନସ ବିଷୋୟୀ, ଶୁଭେନ୍ଦୁ ସାହୁ, ଚିକୁ ପ୍ରତିନିଧି ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନରେ ସହଯୋଗ କରିଥିବା ବେଳେ, ସୁଦୀପ ସାହୁ ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ । ତେବେ ସୂଚନା ଥାଉ କି, ପ୍ରାତଃ ସମୟରେ ପ୍ରେସ କ୍ଳବ୍ ବ୍ରହ୍ମପୁର ପରିସରରେ ଶାନ୍ତି ମୈତ୍ରୀ ଓ ବନ୍ଧୁତାର ପ୍ରତୀକ ତ୍ରିରଙ୍ଗା ପତାକା ସମ୍ମାନନୀୟ ସଭାପତି ଶ୍ରୀ ବ୍ରହ୍ମା ଦ୍ଵାରା ଉତ୍ତୋଳନ ହୋଇଥିଲା ଏଥିରେ କ୍ଳବ୍ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ।

You may have missed

error: Content is protected !!
Breaking News