Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ସରକାରୀ ଅଧିକାରୀ ନେତାଙ୍କ ଚାପରେ ବଶୀଭୂତ ନହୋଇ କାର୍ଯ୍ୟ କରନ୍ତୁ – ବିକ୍ରମ

Spread the love

• ସରକାରୀ କଳ ଶହେ ପ୍ରତିଶତ ବିଫଳ ହୋଇଛି – ଶ୍ରୀରୁପ ଦେବ

ବ୍ରହ୍ମପୁର, ୧୬/୯ (ଅଭିଜିତ କର): ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଜପତି ନଗର ସ୍ଥିତ ବାସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଶ୍ରୀ ପଣ୍ଡାଙ୍କ ସମେତ ଚିକିଟି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବ ଉଭୟ ଉପସ୍ଥିତ ରହି ପ୍ରତିକ୍ରିୟା ରଖିଛନ୍ତି ଯେ, ନିକଟରେ ଦେଖିବାକୁ ମିଳିଥିବା ଦୁଇ ପ୍ରମୁଖ ତଥା ଗୁରୁତ୍ବପୁର୍ଣ ପ୍ରସଙ୍ଗକୁ ନେଇ ମନ୍ତବ୍ୟ ରଖିଥିଲେ । ଏନେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ବ୍ଲକରେ ରାଜସ୍ବ ବିଭାଗ ଦ୍ଵାରା ଆୟୋଜିତ ଭୂମିହୀନ ଜନ ସାଧାରଣଙ୍କୁ ଜମିପଟ୍ଟା ବଣ୍ଟନ ପାଇଁ ଏକ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଓଡ଼ିଶା ସରକାରଙ୍କ ଦୁଇ ମନ୍ତ୍ରୀ ଯଥା ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦାନ କରି ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ କରିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠେ କି, ଯଦିଓ ଏହି କାର୍ଯ୍ୟକ୍ରମ ବିଭାଗୀୟ ସରକାରୀ କାର୍ଯ୍ୟକ୍ରମ ରହିଥିଲା ତେବେ, ଏଥିରେ ଶାସକ ଦଳର ଗଞ୍ଜାମ ଜିଲ୍ଲା ସଭାପତି କିପରି ମଞ୍ଚାସିନ ଥିଲେ । ନା ଯଦିଓ ଏହି କାର୍ଯ୍ୟକ୍ରମ ଦଳୀୟ କାର୍ଯ୍ୟକ୍ରମ ରହିଥିଲା ତେବେ ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ରଖନ୍ତୁ ନଚେତ୍ ଆଗାମୀ ଦିନରେ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଥିଲେ ଶ୍ରୀ ପଣ୍ଡା । ସେହିପରି ଅନ୍ୟ ପକ୍ଷରେ ଶ୍ରୀରୁପ ଦେବ ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ଚିକିଟି ନିର୍ବାଚନ ମଣ୍ଡଳୀର ସୋନପୁର ସମୁଦ୍ର ନିକଟରେ ଦେଖିବାକୁ ମିଳିଥିବା ଏକ ଅଭାବନୀୟ ଘଟଣାକୁ କେନ୍ଦ୍ର କରି କହିଛନ୍ତି ଯେ, ସୋନପୁର ବ୍ଲୁ ଫ୍ଲାଗ ବିଚ୍ ରେ ଏକ ଯୁବକର ଅକାଳ ମୃତ୍ୟୁ ଘଟିଛି, ଯାହା ସରକାରଙ୍କ ଅବହେଳା ଓ ସ୍ଥାନୀୟ ବିଧାୟକଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଦ୍ବାରା ହୋଇଥିବା ଅବ୍ୟବସ୍ଥା କାରଣରୁ ଏହି ଘଟଣା ଘଟିଥିବା ନେଇ ଅଭିଯୋଗ କରିଥିଲେ । ଏହାସହ ସେ କହିଛନ୍ତି ଯେ, ସେହିପରି ଏନେଇ ଆଗାମୀ ଦିନରେ ସମସ୍ତ ଅବ୍ୟବସ୍ଥା ଗୁଡ଼ିକୁ ସୁଧାର କରିବା ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ।

ବ୍ଲୁ ଫ୍ଲାଗ ବିଚ୍ ରେ ଘଟିଥିବା ଅଘଟଣ ସମୟରେ ସେଠାରେ କାର୍ଯ୍ୟରତ କୋଷ୍ଟ୍ ଗାର୍ଡ ନଥିବା ବେଳେ ସେଇ ଅଘଟଣ ଘଟିଲା, କାରଣ ସରକାର ଏବଂ ସ୍ଥାନୀୟ ବିଧାୟକଙ୍କ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ହେତୁ ଏହିଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଥିଲା ଯାହା ଦ୍ଵାରା ଜଣେ ଯୁବକର ଅକାଳ ବିୟୋଗ ଘଟିଥିଲା। ସେହିପରି ପୂର୍ବରୁ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାର ମଧ୍ୟ ହୋଇଥିବା ଖବର ନଜରକୁ ଆସିଥିଲା, ତେବେ ଏହି ଭଳି ଲଜ୍ୟାକର ଘଟଣା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟିଥିବା ବେଳେ ଏହା ଗଞ୍ଜାମ ଜିଲ୍ଲାର ମହତ୍ତ୍ଵ କ୍ଷୁର୍ଣ୍ଣ ହେଇଥିବା ସହ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଯଦି ବାରମ୍ବାର ଏହିଭଳି ଅଘଟଣ ହେବ ତେବେ ତାହାର ଆକର୍ଷଣୀୟ ହାନୀ ହେବ ବୋଲି ଶ୍ରୀ ଦେବ କହିଛନ୍ତି । ଏହି ସମସ୍ତ ଅବ୍ୟବସ୍ଥା ଗୁଡ଼ିକୁ ତୁରନ୍ତ ସମାଧାନ କରିବା ଦିଗରେ ବିଜେପି ସରକାର କାର୍ଯ୍ୟ ନକରନ୍ତି ତେବେ ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ ଜନ ସାଧାରଣ ଓ ବିଜେଡି ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପଣ୍ଡା କହିଛନ୍ତି।

You may have missed

error: Content is protected !!
Breaking News