୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ସାଇନ୍ସ କଲେଜ୍ ପ୍ରିନ୍ସିପାଲ

Spread the love

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋପାଳପୁର ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଯୁକ୍ତ ଦୁଇ(ବିଜ୍ଞାନ) କଲେଜରେ ଜଣେ ଛାତ୍ରୀଙ୍କ ନାମଲେଖା ବାବଦରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ ନବୀନ କୁମାର ସାହୁ।ସୂଚନା ମୁତାବକ ସୁମିତ୍ରା ନାଏକ ନାମକ ଜନୈକ ମହିଳା ଉକ୍ତ କଲେଜରେ ନିଜ ଝିଅର ନାମ ଲେଖା ପାଇଁ ୧୫୦୦ ଟଙ୍କା ଫିଜ୍ ଦେଇଥିଲେ। କିନ୍ତୁ ଉକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷ ଶ୍ରୀ ସାହୁ ସୁମିତ୍ରାଙ୍କୁ ଆଉ ୧୦ ହଜାର ଟଙ୍କା ଦେବା ପାଇଁ କହିଥିଲେ।ଯଦି ନଦେଲେ ନାମଲେଖା ହେଇପାରିବ ନାହିଁ ବୋଲି କହିଥିଲେ।ନିୟମାନୁସାରେ ୧୫୦୦ ଟଙ୍କା ନାମଲେଖା ଫିଜ୍ ଦେବା ଧାର୍ଯ୍ୟ ଥିଲେ ମଧ୍ୟ କାହିଁକି ୧୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରଶ୍ନ କରିଥିଲେ।କଲେକ୍ଟର ଅଫିସରୁ ଆମେ ଏପ୍ରୁଭ୍ କରି ଆଣିଛୁ ସେଥିପାଇଁ ୧୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ।
ଯାହାକୁ ନେଇ ବହୁତ ଅସୁବିଧା ରେ ଚିନ୍ତା କରିଥିଲେ ଉକ୍ତ ମହିଳା ଜଣକ। କିନ୍ତୁ ସେ ଜଣେ ବିଧବା ମହିଳା ଓ ତାଙ୍କ ଝିଅ କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ପ୍ରବଳ ଇଚ୍ଛା ଶକ୍ତି ଥିବା ଯୋଗୁଁ ବହୁତ କଷ୍ଟରେ ଟଂକା ଯୋଗାଡ କରିପାରୁନଥିବାରୁ ନଥିବାରୁ ସେ ବାଧ୍ୟ ହୋଇ ଯାଇ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଶେଷରେ ଶୁକ୍ରବାର ୧୦ ହଜାର ଟଙ୍କା ନେଇ କଲେଜ ଅଧ୍ୟକ୍ଷ ଶ୍ରୀ ସହୁଙ୍କୁ ଦେଇ ଆସିଥିଲେ। ପରେ ଭିଜିଲାନ୍ସ ଟିମ୍ କଲେଜ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଭିତରେ ପଶି ଉକ୍ତ ୧୦ ହଜାର ଟଙ୍କା ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ।ଏବଂ ଅଧିକ ପଚରାଉଚରା ପାଇଁ ଭବାନୀପାଟଣା କାର୍ଯ୍ୟାଳୟକୁ ନେଇଛନ୍ତି। ଏହିଭଳି ଗରୀବ ଙ୍କ ଠାରୁ ଶୋଷଣ କରୁଥିବା ଯୋଗୁଁ ଥୁଆମୂଲ ରାମପୁର ଅଞ୍ଚଳର ମା ବାପା ତାଙ୍କ ପୁଅ ଝିଅ ଙ୍କୁ ନାମ ଲେଖାଇ ପାରୁନାହାନ୍ତି ସେଥିପାଇଁ ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ଏମିତି ଶୋଷଣ କରୁଥିବା ଶିକ୍ଷାନୁଷ୍ଠାନ ର କର୍ମଚାରୀ ମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଦଣ୍ଡ ବିଧାନ ଦେବା ଦିଗରେ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଓ ସମାଜସେବୀ ବୋଲାଉ ଥିବା ନେତା ମାନେ ତତ୍ପର ହୁଅନ୍ତୁ ବୋଲି ଆଲୋଚନା ଜୋର୍ ଧରୁଛି ।

error: Content is protected !!
Breaking News