ବ୍ରହ୍ମପୁର, ୫/୧୦ (ଅଭିଜିତ କର): ସ୍ଥାନୀୟ ପ୍ରେମ ନଗର ସ୍ଥିତ ଦୁର୍ଗା ପୂଜା ମଣ୍ଡପ ଠାରେ ବ୍ରହ୍ମପୁର ମହାନଗର ନିଗମର ୧୪ ନମ୍ୱର ୱାର୍ଡର ବିଜେଡି କର୍ପୋରେଟର ଗୀତା ରାଣୀ ପଣ୍ଡା ଓ ବିଜେଡି ଉପ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନିଜସ୍ଵ ଉଦ୍ୟମରେ ପବିତ୍ର ଦୁର୍ଗା ପୂଜା ଅବସରରେ ନିଜ ୱାର୍ଡର ସଫେଇ କର୍ମଚାରୀ ଏବଂ ୱାର୍ଡ କର୍ମକର୍ତ୍ତାଙ୍କୁ ଉପହାର ବଣ୍ଟନ କରିଥିଲେ । ଏଥିରେ ପ୍ରାୟ ୭୦ଜଣ ଉଭୟ ମହିଳା ଓ ପୁରୁଷ ସଫେଇ କର୍ମଚାରୀ ଏବଂ ୱାର୍ଡ କର୍ମକର୍ତ୍ତାଙ୍କୁ ଅତିଥି ରୂପେ ଜିଲ୍ଲା ସାମ୍ୱାଦିକ ସଂଘ ଗଞ୍ଜାମର ସଭାପତି ସୁଦିପ କୁମାର ସାହୁ ଯୋଗଦେଇ ବଣ୍ଟନ କରିଥିଲେ ।
ସୂଚନା ଯୋଗ୍ୟ କର୍ପୋରେଟରଙ୍କ ଦ୍ଵାରା ପୂର୍ବରୁ ମଧ୍ୟ ସାବିତ୍ରୀ ପୂଜା, ରାକ୍ଷୀ ପୂର୍ଣ୍ଣିମା ଭଳି ବିଭିନ୍ନ ପର୍ବପର୍ବାଣୀରେ ଏହିଭଳି ବସ୍ତ୍ର ବଣ୍ଟନ କରାଯାଉଛି । ଏହି ପରିପ୍ରେକ୍ଷୀରେ କର୍ପୋରେଟର ମତ ପ୍ରକାଶ କରିଛନ୍ତି ଯେ, ୱାର୍ଡର ସ୍ଵଚ୍ଛତା, ପରିବେଶର ସୁରକ୍ଷା ସହ ୱାର୍ଡର ବିକାଶ କାର୍ଯ୍ୟରେ ସଫେଇ କର୍ମଚାରୀ ଓ କର୍ମକର୍ତ୍ତା ସହଯୋଗ କରି ଆସୁଥିବାରୁ ସେମାନଙ୍କୁ ସମ୍ମାନ ଜଣାଇ ବାକୁ ଯାଇ ଏହି ଉପହାର ଯୋଗାଇ ଦିଆଯାଉଥିବା ଏଠାରେ ବିଜେଡି ଉପ ସଭାପତି ଶ୍ରୀ ପଣ୍ଡା ମଧ୍ୟ କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅମୂଲ୍ୟ ସାବତ, କୁନି ବେହେରା, ବନିତା ପଣ୍ଡା, ଝୁଲି ପଟ୍ଟନାୟକ ଓ ସଞ୍ଜୁ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରି ଥିଲେବ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ