୧୫ ମାସର ଭତ୍ତା ମିଳିନଥିବା ନେଇ ଅଭିଯୋଗ

Spread the love

ଶେରଗଡ : ଭିନ୍ନକ୍ଷମ ଏବଂ ବୟସାଧିକ ବ୍ୟକ୍ତି ବିଶେଷ ଙ୍କୁ ସଶକ୍ତ କରିବା ଲାଗି ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ଲୋକଙ୍କ ସୁବିଧା ବା ଥଈଥାନ ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହି ବିଭାଗ ମାଧ୍ୟମରେ ଲୋକମାନେ ନିଜକୁ ସଶକ୍ତିକରଣ କରିବା ସହ ସମାଜ ରେ ନିଜକୁ ପ୍ରତିଷ୍ଠିତ କରିପାରିବ। ହେଲେ ଏଠି ଜଣେ ଭିନ୍ନକ୍ଷମ ୧୫ ମାସର ଭତ୍ତା ଅର୍ଥ ନପାଈବା ନେଇ ଅଭିଯୋଗ କରିଛନ୍ତି। ଘଟଣା ଟି ଘଟିଛି ଶେରଗଡ ବ୍ଲକ ପିତ୍ତଳ ପଞ୍ଚାୟତ ରେ। ଘଟଣା ରୁ ପ୍ରକାଶ ଯେ,ପିତ୍ତଳ ପଞ୍ଚାୟତ ର ଅଭିଯୋଗକାରୀ ମହିଳା ୨୦୨୨ ମସିହାରେ ଭିନ୍ନକ୍ଷମ ଭତ୍ତା ଲାଗି ଆବେଦନ କରିଥିଲେ। ତାଙ୍କୁ ୨୦୨୩ ମାର୍ଚ୍ଚ ମାସରେ ଯୋଗ୍ଯତା ଆଧାର ରେ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଥିଲା। ଉକ୍ତ ମହିଳା ଙ୍କ ଅଭିଯୋଗ ପ୍ରକାରେ,ଉକ୍ତ ମହିଳା ଙ୍କ ବ୍ୟାଙ୍କ ଖାତା ରେ ୨ ମାସର ଭତ୍ତା ଅର୍ଥ ପ୍ରଦାନ ହୋଈଥିଲା। ଏହା ପରଠାରୁ ଦୀର୍ଘ ୧୫ ମାସ ଅର୍ଥାତ ୨୦୨୪ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଭତ୍ତା ପାଈନଥିବା ନେଇ ଲିଖିତ ଅଭିଯୋଗ ବିଡ଼ିଓ ଙ୍କ ନିକଟରେ କରିଥିଲେ। ଏହି ଘଟଣା କୁ ନେଇ ଆମେ ପିତ୍ତଳ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଥିଲେ ଯେ, ଉକ୍ତ ମହିଳା ଜଣଙ୍କ ଭିନ୍ନକ୍ଷମ ଭତ୍ତା ଲାଗି କୌଣସି ଦିନ ପଞ୍ଚାୟତ କୁ ଆସି ମୋ ସହିତ ଯୋଗାଯୋଗ କରିନାହାନ୍ତି ଏବଂ ତାଙ୍କର ଭତ୍ତା ରାଶି ବକେୟା ରହି ରହି ୨୪ ଜୁଲାଇ ସୁଦ୍ଧା ୧୦ ହଜାର ଟଙ୍କା ରେ ପହଞ୍ଚିଛି। ଏତେ ପରିମାଣର ବକେୟା ଭତ୍ତା ଅର୍ଥ ରାଶି ପ୍ରଦାନ କରିବା କ୍ଷମତା ଆମ ପକ୍ଷରେ ସମ୍ଭବ ନାହିଁ। ଆମର ଉପରିସ୍ଥ ଅଧିକାରୀ ଯାହା ପଦକ୍ଷେପ ନେବେ। ଏନେଇ ଆମେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ମତାମତ ନେବାରୁ ସେ ପ୍ରକାଶ କରିଥିଲେ ଯେ,ଉକ୍ତ ମହିଳା ଭତ୍ତା ଅର୍ଥ ରାଶି ନନେବାରୁ ତାହା ଏତେ ପରିମାଣର ବକେୟା ହୋଇ ରହିଛି। ଆଈନ ଅନୁଯାୟୀ ଯାହା ନିର୍ଦ୍ଦେଶ ଆସିବ ତାହା ଆମେ କାର୍ଯ୍ୟକାରୀ କରିବୁ ବୋଲି ପ୍ରକାଶ କରିଛନ୍ତି।

error: Content is protected !!