ବଙ୍ଗୋମୁଣ୍ଡା କୁ ୨ -0 ଗୋଲରେ ପଳସାପଡା ବିଜୟୀ
ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ୧୫ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆୟୋଜନ ସମ୍ପାଦକ ଅଙ୍କିତ ସିଂ ଦେଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନ ସମାରୋହ ମୁଖ୍ୟ ଅତିଥିଭାବରେ ଖଡ଼ିଆଳ ଯୁବରାଜ ଦେଵ ଦେଵ ପ୍ରସାଦ ସିଂ ଦେଓ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ବେଳେ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ !
ଉକ୍ତ ସମାରୋହ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଖଡ଼ିଆଳ ଏନଏସି ର ପୂର୍ବତନ ଅଧ୍ୟକ୍ଷ ନିମାଇଁ ଚରଣ ତାଣ୍ଡି ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଫୁଟବଲ ର ବିକାଶ ପାଇଁ ଦୀର୍ଘ ୧୫ ବର୍ଷ ହେଲା ନିୟମିତ ଭାବ ରେ ଆୟୋଜନ ହେଉ ଥିବାରୁ ଆୟୋଜକ କମିଟି କୁ ସାଧୁବାଦ ଜଣାଇବା ସହ ନିଶ୍ଚିତ ଭାବେ ଅଞ୍ଚଳ ର ରେ ଫୁଟବଲ ଖେଳ ବିକାଶ ରେ ସହାୟକ ହେବ ବୋଲି ଅତିଥି ଗଣ ମତପ୍ରକାଶ କରିଥିଲେ ! ପରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ପ୍ରଥମ ମ୍ୟାଚ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ର ପଲସାପଡା ଏବଂ ବଲାଙ୍ଗୀର ଜିଲ୍ଲା ର ବଙ୍ଗୋମୁଣ୍ଡା ମଧ୍ୟ ଅନୁଷ୍ଠିତ ହୋଇଥିଲା।ବଙ୍ଗୋମୁଣ୍ଡା କୁ ୨ – ୦ଗୋଲରେ ପଳସାପଡା ବିଜୟୀ ହୋଇଅଛି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ