ନୂଆପଡ଼ା ଜିଲ୍ଲା ଖଡିଆଳ ପାଟଣା କ୍ଷତ୍ରିୟ ସମାଜ ଭବନ ଠାରେ ,ପଲ୍ଲୀବିକାଶ ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ। ମୁଖ୍ୟ ଅତିଥି ଭାବରେ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗ ଦେଇ କୃଷି ଓ କୃଷକ ଙ୍କୁ ସହାୟତା ପାଇଁ ସାଧୁବାଦ୍ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଖଡିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବ୍ଲକ କୃଷି ଅଧିକାରୀ ଦୀପ୍ତିମୟୀ ବାରିକ, ସହକାରୀ ମତ୍ସ୍ୟ ଅଧିକାରୀ ଭବାନୀ ଶଙ୍କର ପଣ୍ଡା , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନା ଅଗ୍ରୱାଲ, ଜିଲ୍ଲା ସଂଯୋଜକ ଶ୍ରୀଅର୍ଣ୍ଣ ଯୋଜନା, ନୂଆପଡା ମଞ୍ଚାସିନ ଥିଲେ।

ମୁଖ୍ୟବକ୍ତା ରୁପେ ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଂଶ ଗ୍ରହଣ କରିଥିବା ବେଳେ ପଲ୍ଲୀ ବିକାଶ ର ସମ୍ପାଦକ ସୁରେଶ କୁମାର ରାଉତ ସଭାପତିତ୍ଵ କରିଥିଲେ। ଗତ ବର୍ଷ ର କାର୍ଯ୍ୟ ସଫଳତା ସହ ଆସନ୍ତା ବର୍ଷ କାର୍ଯ୍ୟ ଖସଡା ଉପରେ ଉପସ୍ଥାପନ କରିଥିଲେ। ଅତିଥିମାନେ ଚାଷୀ ମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହିତ ପଲ୍ଲୀବିକାଶ ର ଭୂମିକା ଓ ନିରନ୍ତର ୨୪ ବର୍ଷ କାର୍ଯ୍ୟଧାରା କୁ ପ୍ରଶଂସା କରିଥିଲେ ! ଆହୁରି ସଂଗଠନ ପକ୍ଷ ରୁ ମାଣ୍ଡିଆ ଚାଷ କୁ ଅଗ୍ରାଧିକାର ଦେବା ପାଇଁ ତାଙ୍କ କର୍ମୀଙ୍କ ଭୂୟଂଶି ପ୍ରସଂଶା କରିଥିଲେ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ