୨୫ ଲକ୍ଷ ଟଙ୍କାର ଋଣ ପାଇଁ ନିଲାମ ହୋଇଗଲା ଘର ସହ ଦେଢ କୋଟି ଟଙ୍କାର ସମ୍ପତ୍ତି

Spread the love

ମାଲକାନଗିରି : ୨୫ ଲକ୍ଷ ଟଙ୍କାର ଋଣ ପାଇଁ ନିଲାମ ହୋଇଗଲା ଘର ସହ ଦେଢ କୋଟି ଟଙ୍କାର ସମ୍ପତ୍ତି । ମାଲକାନଗିରି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନିରଞ୍ଜନ ହାଲଦାରଙ୍କ ନାମରେ ଥିବା ବର୍ଷା ଏଣ୍ଟରପ୍ରାଇଜ ଫର୍ଣ୍ଣିଚର ଦୋକାନ ପାଇଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କାର ଋଣ ନେଇଥିଲେ । ହେଲେ ନିରଞ୍ଜନ କରୋନା ମହାମାରି ପୂର୍ବରୁ ୫ ଲକ୍ଷ ଟଙ୍କା ପରିଶୋଧ କରିଥିବା ବେଳେ କୋଭିଡ ପରେ ଆର୍ଥିକ ଦୂରାବସ୍ଥା ଯୋଗୁଁ ବାକି ଟଙ୍କା ପରିଶୋଧ କରିପାରିନଥିଲେ । ବ୍ୟାଙ୍କର ସୁଧ ବଢି ଏହାରି ଭିତରେ ମୂଳ ଓ ସୁଧ ହାର ମିଶି ଋଣ ପ୍ରାୟ ୭୭ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଶେଷରେ ପଞ୍ଜାବ ନେସନାଲ୍ ବ୍ୟାଙ୍କ ତାଙ୍କର ଦୋକାନ ଗୃହଟିର ନିଲାମ କରାଇଥିଲେ । ହେଲେ ଋଣ ନେଇଥିବା ନିରଞ୍ଜନ ହାଲଦାର ଋଣ ପରିଶୋଧ କରିଦେବା କଥା କହି ହାଇକୋର୍ଟରୁ ଷ୍ଟେ ଅର୍ଡର ଆଣିଥିଲେ ମଧ୍ୟ ବ୍ୟାଙ୍କ ତାଙ୍କୁ କୌଣସି ସମୟ ନଦେଇ ଆଜି ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଦୋକାନ ଗୃହଟିକୁ ଖାଲି କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ନିଲାମ ପ୍ରକ୍ରିୟାରେ ଜଣେ ମାତ୍ର ବ୍ୟକ୍ତି ଭାଗ ନେଇଥିବା ବେଳେ ହରିଜନ ଜମି ଉପଜିଲ୍ଲାପାଙ୍କ ବିନା ଅନୁମତିରେ କେମିତି ନିଲାମ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଘର ମାଲିକ । ତେବେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ଯେ ସବୁ ସରକାରୀ ନିୟମ ଅନୁଯାୟୀ ହୋଇଛି । ଏସବୁ ମଧ୍ୟରେ ନିଲାମ ପ୍ରକ୍ରିୟାରେ କେବଳ ଜଣେ ବ୍ୟକ୍ତି କିପରି ସାମିଲ ହେଲେ ଓ ଅନ୍ୟ କେହି କାହିଁକି ସାମିଲ ହୋଇ ନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହି ସମ୍ପତିର ମୂଲ୍ୟ ପ୍ରାୟ ଦେଢ କୋଟିରୁ ଊର୍ଦ୍ଧ୍ଵ ହେଉଥିବା ବେଳେ କିପରି ଓ କାହିଁକି ଲୋକେ ଏହି ସମ୍ପତି କ୍ରୟରେ ଭାଗ ନେଲେ ନାହିଁ ନା ଏହା ପଛରେ କିଛି ରହସ୍ୟ ରହିଛି ତାହାକୁ ନେଇ ସାଧାରଣରେ ଚର୍ଚା ଜୋର ଧରିଛି ।

error: Content is protected !!