ରଣପୁର : ଦିନକୁ ଦିନ ରଣପୁର ଅଞ୍ଚଳରେ ବେଆଇନ ଦେଶୀ ମଦ କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ ରେ ରଣପୁର ଅବକାରୀ ବିଭାଗ l ବିଶେଷ ସୂତ୍ରରୁ ଖବର ପାଇଁ ରଣପୁର ଅବକାରୀ ବିଭାଗ ବଳଭଦ୍ରପୁର ଗ୍ରାମରେ ଚଢ଼ାଉ କରି 30ଲିଟର ବେଆଇନ ଦେଶୀ ମଦ ପାଉଚ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ଅଭିଯୁକ୍ତ ଜଣଙ୍କ ହେଲେ ପ୍ରକାଶ ପ୍ରଧାନ, ସେ ବଳଭଦ୍ର ପୁର ଗ୍ରାମ ପଂଚାୟତର ଜଳ ଯୋଗାଣ କର୍ମଚାରୀ ଭାବେ କାମ କରୁଥିଲେ l ଏହି ଚଢ଼ାଉରେ ରଣପୁର ଅବକାରୀ ନିରୀକ୍ଷକ ଅର୍ପିତା ସାହୁଙ୍କ ସହ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ l
More Stories
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ତିନୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କଲେ ମାନ୍ୟବର ବିଧାୟକ
ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ