Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ପାଞ୍ଚଟି ରାମଲୀଳା ଅନୁଷ୍ଠାନ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ

Spread the love

କଟକ ରାଣୀହାଟ ଶଗଡ଼ିଆ ସାହି ପ୍ରଫେସରପଡ଼ା ହନୁମାନ ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲାର ପାଞ୍ଚଗୋଟି ରାମଲୀଳା ଅନୁଷ୍ଠାନ ମହାବୀର ରାମଲୀଳା ପ୍ରଚାର ସମିତି ଫୁଲ ପୋଖରୀ ବାରଙ୍ଗ, ମହାବୀର ନାଟ୍ୟ ସଂସଦ ରାଣୀହାଟ, ଓମା ଶ୍ରୀ ଶ୍ରୀ ହାଟେଶ୍ୱରି ଶ୍ରୀ ରାମଲୀଳା କଳାପରିଷଦ କୋଟସାହି ଟାଙ୍ଗୀ, ଗୋପାଳ କୃଷ୍ଣ ରାମଲୀଳା ସମିତି ନୂଆପାଟଣା, ମା ବିମଳା ରାମଲୀଳା ସମିତି ପାଇକ ସାହି ଅନୁଷ୍ଠାନ ତରଫରୁ ମାରୁତି ଶ୍ରୀ ସ୍ଵର୍ଣ୍ଣ ପଦକ ପ୍ରାପ୍ତ ଲୀଳା ସମ୍ରାଟ୍ ରଞ୍ଜିତ ପ୍ରସାଦ ଜେନାଙ୍କୁ ଗୁରୁ ପୂଜନ କରାଯାଇଥିଲା । ପରେ ରାଣୀହାଟ ଅନୁଷ୍ଠାନ ପକ୍ଷରୁ ସ୍ଵର୍ଣ୍ଣରେ ନିର୍ମିତ ଗଣେଶ ମୂର୍ତ୍ତି ଓ ସ୍ଵର୍ଣ୍ଣ ପଦକ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିବାରର ସମ୍ପାଦକ ତିର୍ଥବାସୀ ବେହେରା, ପଣ୍ଡିତ ପ୍ରଦୀପ୍ତ ମହାପାତ୍ର, ସାମ୍ବାଦିକ ସ୍ବରାଜ କେଶରୀ, ଆଞ୍ଚଳିକ ରାମଲୀଳା ସମିତିର ସଭାପତି ସୁରେଶ କୁମାର ମହାନ୍ତି,ରାଣୀହାଟର ଅଧିକାରୀ ନଗେନ୍ ସାମନ୍ତରାୟ, ମହନ୍ତ କ୍ଷୀରୋଦ ନାଥ ନାୟକ, ସଭାପତି ଜଳଧର ଖୁଣ୍ଟିଆ, ସମ୍ପାଦକ ବିଚିତ୍ରା ନନ୍ଦ ଖୁଣ୍ଟିଆ ଏବଂ ଅନୁଷ୍ଠାନର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

error: Content is protected !!
Breaking News