ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ
୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡରେ ଭାରତୀୟ ଦଳ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି। ଚଳିତ ମାସ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ସାଉଦି ଆରବର ରିୟାଦ୍ ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ଦେବେଶ ଭୈୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମୁମ୍ବାଇର ଅବନୀଶ ବଂଶଲ ଏବଂ ହାଇଦ୍ରାବାଦର ହର୍ଷିନ ପୋସିନା ରୌପ୍ୟ ପଦକ ଜିତିଛନ୍ତି।
ମୁମ୍ବାଇର କଶ୍ୟପ ଖଣ୍ଡେଲୱାଲ ବ୍ରୋଞ୍ଜ ପଦକ ଆଣିଛନ୍ତି। ପ୍ରଫେସର ଗୁଲଶନାରା ଶେଖ ଓ ଡକ୍ଟର ଶ୍ରଦ୍ଧା ତିୱାରୀ ଭାରତୀୟ ଦଳର ମାର୍ଗଦର୍ଶକ ଥିଲେ। ୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡରେ ୯୪ଟି ଦେଶର ୩୨୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ