5ଟି ସ୍କୁଲ ବାରଣ୍ଡାରେ ପାଠପଢା

Spread the love

ନୟାଗଡ ବ୍ଲକ ଜୟପୁର 5 ଟି ହାଇସ୍କୁଲରେ ଶ୍ରେଣୀଗୃହ ଅଭାବରୁ ଛାତ୍ରୀ ଛାତ୍ର ବାରଣ୍ଡାରେ ପାଠପଢୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଷୟ ଭିତିକ ଚାରି ଶିକ୍ଷକ ପଦବୀ ଖାଲି ପଡିଛି ତାସହିତ ପ୍ରଧାନ ଶିକ୍ଷକ, କିରାଣୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ରହିଛି ଛାତ୍ରୀ ଛାତ୍ର ମାନଙ୍କୁ ଶୌଚାଳୟ ଯିବାକୁ ମନାକରା ଯାଉଥିବା ବେଳେ ଅକୁଆୱାଗାର୍ଡରୁ ପାଣି ପିଇବାକୁ ବାରଣ କରାଯାଇଛି ନଳକୂପରୁ ପାଣି ପିଇବାପାଇଁ ପରାମର୍ଶ ଦିଆଯିଛ ସ୍କୁଲରେ ବୋରିଂ କରି ଟାଙ୍କି କରାଯାଇଥିବା ବେଳେ ଶୌଚାଳୟ, ପରିସ୍ରାଗରକୁ ଯାଣିଶୁଣି ପାଣି ବନ୍ଦକରିବା ସନ୍ଦେହ ସୃଷ୍ଟି କରିଛି ଶିକ୍ଷୟତ୍ରୀ, ଶିକ୍ଷକ ପାଇଁ ରହିଥିବା ଶୌଚାଳୟ, ପରିସ୍ରାଗାର ଠିକ ଅଛି ଛାତ୍ରୀ ଛାତ୍ରଙ୍କୁ 2ପାସ ଲାଗିଲେ ଘରକୁ ଯିବାକୁ ପଡୁଛି ଏହି ଘଟଣାକୁ ଅଭିଭାବକ ମାନେ ନାପସନ୍ଦ କରିଛନ୍ତି ଅପରପକ୍ଷେ ଷଷ୍ଠ ଶ୍ରେଣୀରେ ସାହିତ୍ୟ, ହିନ୍ଦୀ, ସଂସ୍କୃତ ରାଜନୀତି ବିଜ୍ଞାନ ପଢା ହେଉନଥିବା ଛାତ୍ରୀ ଛାତ୍ର ଓ ଅଭିଭାବକ ଅଭିଯୋଗ କରିଆସୁଛନ୍ତି 5ଟି ସ୍କୁଲରେ ନିର୍ମାଣ ହୋଇଥିବା ଛାତରୁ ପାଣି ଗଳୁଛି

ଏଥିପାଇଁ ବିଜ୍ଞାନ ପରୀକ୍ଷାଗାର ଓ କମ୍ପୁଟର ପ୍ରକୋଷ୍ଠରେ ପାଣି ଜମୁଛି ସ୍କୁଲର ଅଳ୍ପ ପ୍ରାଚୀର ଭୁଶୁଡି ପଡିଛି 25ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ଥିବା ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ଗ୍ୟାସ ସିଲିଣ୍ଡର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ଥିବା ବେଳେ ଏଠାରେ କାଠରେ ରୋଷଇ କରାଯାଉଛି ଉକ୍ତ ସ୍କୁଲରେ 192 ଜଣ ଛାତ୍ରୀ ଛାତ୍ର ପାଠ ପଢୁଛନ୍ତି ପ୍ରଥମରୁ ଅଷ୍ଟମ 147 ଛାତ୍ରୀ ଛାତ୍ର ଥିବା ବେଳେ ମାତ୍ର ଚାରିଜଣ ଶିକ୍ଷକ ଅଛନ୍ତି ତେବେ ଷଷ୍ଠ, ସପ୍ତମ ଓ ଅଷ୍ଟମ ପାଇଁ ବିଷୟ ଗତ ଶିକ୍ଷକ 4 ପଦବୀ ଖାଲି ପଡିଥିବାରୁ ଛାତ୍ରୀ ଛାତ୍ରୀ ମାନେ ପାଠ ପଢି ପାରୁନାହାନ୍ତି ଉକ୍ତ ହାଇସ୍କୁଲରେ ଖେଳ ଶିକ୍ଷକ ରହିଥିବା ବେଳେ ସ୍କୁଲରେ ଛାତ୍ରୀ ଛାତ୍ରଙ୍କୁ ଖେଳିବାକୁ ସୁଯୋଗ ଦିଆଯାଉନି ଖେଳ ଶିକ୍ଷକ ଅସୁସ୍ଥତା ଥିବାରୁ କମନ ରୁମରେ ବସୁଥିବାବେଳେ ତାଙ୍କ ପୁତୁରା କମ୍ପୁଟର କ୍ଲାସ ଓ ସ୍କୁଲର ଅନ୍ୟ କାମ କରୁଛନ୍ତି ଡିଉଟି କାହିଁକି କରୁନାହାନ୍ତି ପଚାରିବାରୁ ଖେଳ ଶିକ୍ଷକ କହିଥିଲେ.

ମୋ ପୁତୁରା କାମ ଚଳାଉଛି ମୁଁ ଅସୁସ୍ଥତା ଯୋଗୁ ବିଶ୍ରାମ ନେଉଛି ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମିଶ୍ର କୁହନ୍ତି ଷଷ୍ଠ ଶ୍ରେଣୀର ସାହିତ୍ୟ ପରି କିଛି ବିଷୟ ପଢା ଯାଇନଥିବା ମୁଁ ଜାଣି ନଥିଲି ସେ ବିଷୟରେ ତୁରନ୍ତ ପଢ଼ାଯିବ ଶ୍ରେଣୀ ଗୃହ ଅଭାବରୁ ଛାତ୍ରୀ ଛାତ୍ର ବାରଣ୍ଡାରେ ପାଠ ପଢ଼ୁଥିବା ସେ ସିୟୁକାର କରିଛନ୍ତି ଶିକ୍ଷକ ନଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ନବମ ଓ ଦଶମ ଶ୍ରେଣୀ କ୍ଲାସ ପାର୍ଶ୍ଵକୁ ଆଣି ହାଇସ୍କୁଲ ଶିକ୍ଷଙ୍କ ଦ୍ୱାରା ପାଠ ପଢ଼ା ଯାଉଛି ଛାତରୁ ପାଣି ଗାଳିବା, ଶିକ୍ଷକ ଅଭାବ, ଶ୍ରେଣୀ କକ୍ଷ ଅଭାବ ନେଇ ଉଚ୍ଚ କର୍ତ୍ତୃ ପକ୍ଷଙ୍କୁ ବାରମ୍ବାର ଅବଗତ କରାଇଛୁ ଛାତ୍ରୀ ଛାତ୍ରୀଙ୍କୁ ଶୌଚାଳୟ ବାରଣ କରାଯାଇ ନାହିଁ କାହିଁକି ସେମାନେ ଘରକୁ 2 ପାସ ଯାଉଛନ୍ତି ସେନେଇ ବୁଝିବେ ବୋଲି କହିଛନ୍ତି ଗ୍ୟାସରେ ରୋଷେଇ କରିବା ପାଇଁ ବାରମ୍ବାର କହୁଛି ରୋଷେୟା କାଠରେ ରୋଷଇ କରୁଛନ୍ତି ଖେଳ ଶିକ୍ଷକ ପୁତୁରା ଆସି କ୍ଲାସ ନେବା ସମ୍ପର୍କରେ କହିଥିଲେ କିଛି ଅସୁବିଧା ନାହିଁ ନୟାଗଡ ବ୍ଲକ ଶିକ୍ଷା ଅଧିକାରୀ ନିମାଇ ଚରଣ ପ୍ରଧାନ କୁହନ୍ତି, ପ୍ରକ୍ସି ଶିକ୍ଷକ ପାଠ ପଢ଼ାଇ ଯିବା, ଷଷ୍ଠ କ୍ଲାସରେ କିଛି ବିଷୟ ପଢ଼ା ନଯିବା, ସ୍କୁଲର ବିଭିନ୍ନ ଅବବ୍ୟବସ୍ଥାର ତଦନ୍ତ କରାଯାଇ ଏହାର ସମାଧାନ କରାଯିବ ବୋଲି କହିଛନ୍ତି

error: Content is protected !!