Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

687 କେ ଜି ଗଞ୍ଜେଇ ଜବତ, ଦୁଇ ଗିରଫ

Spread the love

ରାୟଗଡା ଜିଲ୍ଲା ଗୁଣପୁର ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି l ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅଧୀନ ଅନ୍ତରବା ଗ୍ରାମ ଜୁଶୟ ରାଇତ ଏବଂ ମୁକେଶ ମଣ୍ଡଳ ବୋଲି ଜଣାପଡିଛି l ଦୁହେଁ ଏକ ମ୍ୟlକ୍ସ ପିକ ଅପ ଭ୍ୟାନ ରେ ଗଞ୍ଜେଇ ଆନ୍ଧ୍ର କୁ ଚୋରା ଚାଲାଣ କରୁଥିବା ବେଳେ ଗୁଣପୁର ପୋଲିସ ଧର ପଗଡ଼ କରି ଗାଡି କୁ ଧରିବା ସହ 687 କେଜି ଗଞ୍ଜେଇ ଜବତ କରିଥିଲେ l ଏଥି ସହ ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଏବଂ 750 ଟଙ୍କା ଜବତ କରାଯାଇଥିବା ଆଇ ଆଇ ସି ଉତ୍ତମ କୁମାର ସାହୁ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରିଛନ୍ତି l ଶନିବାର ସକାଳେ ପୋଲିସ ଏସ ଆଇ ଲଷ୍ମୀ ପରଜା ଙ୍କ ନେତୃତ୍ୱ ରେ ଖର୍ଲିଙ୍ଗ ଆର ଏମ ସି ଚେକ ପୋଷ୍ଟ ଠାରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ l ଗିରଫ ଦୁଇ ଅଭିଯୁକ୍ତ ଙ୍କୁ ରବିବାର କୋର୍ଟ କରାଯାଇଛି l

error: Content is protected !!
Breaking News