ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପିଏମ୍-ଜନମନ ବା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର କାର୍ଯ୍ୟକାରିତା ବିଶେଷ ଭାବରେ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ଜୀବନଶୈଳୀରେ ବ୍ୟାପକ ଉନ୍ନତି ଆଣିବା ପାଇଁ ଏକ ବୃହତ୍ତର ପ୍ରଚେଷ୍ଟା। ସମଗ୍ର ମୟୂରଭଞ୍ଜ ଜିଲ୍ଲା ଯାହା ୫୮ ପ୍ରତିଶତ ରୁ ଉର୍ଦ୍ଧ୍ୱ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତା ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବ ଜୋରସୋର ରେ ଆରମ୍ଭ ହୋଇ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବିଶେଷ ଭାବରେ ଅନୁନ୍ନତ ଜନଜାତି ଯଥା ଖଡ଼ିଆ, ମାଙ୍କଡ଼ିଆ, ଲୋଧା ଗୋଷ୍ଠୀ ମାନଙ୍କୁ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ସାମିଲ କରାଯାଉଛି। ଦୁର୍ବଳ ଜନଜାତି ସମୁଦାୟଙ୍କ ଜୀବନ ମାନ ଉନ୍ନତି ଆଣିବା ସକାଶେ ସମସ୍ତଙ୍କ ପାଇଁ ପକ୍କାଘର ଯେଉଁଥିରେ ସ୍ଥାନୀୟ ଢାଞ୍ଚା ଆଧାରରେ ଶୌଚାଳୟ ସହ ପକ୍କାଘର ନିର୍ମାଣ ହେବ । ପ୍ରତ୍ୟେକ ଘରକୁ ନଳ ଯୋଗେ ପାଣି ଯୋଗାଣ, ଗାଁ ଗାଁକୁ ରାସ୍ତା, ଘରକୁ ବିଜୁଳି, ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସୁବିଧା, ଉନ୍ନତ ପୋଷଣ, ଉନ୍ନତ ଜୀବନ ଧାରା, ଉନ୍ନତ ଟେଲିକମ୍ ଯୋଗାଯୋଗ, ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଧାରରେ ନିଃଶୁଳ୍କ ରାସନ, ପ୍ରଧାନ ମନ୍ତ୍ରୀ ଉଜ୍ଜଳା ଯୋଜନା ଆଧାରରେ ନିଃଶୁଳ୍କ ଗ୍ୟାସ ଯୋଗାଣ, ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଧାରରେ ଆୟୁଷ୍ମାନ୍ ଭାରତ, ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଆଧାରରେ ଗର୍ଭବତୀ ମା’ମାନଙ୍କୁ ଆର୍ଥିକ ସହାୟତା, ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନା ଆଧାରରେ ଗର୍ଭବତୀ ଓ ପ୍ରସୂତୀ ମା’ମାନଙ୍କୁ ଆର୍ଥିକ ସହାୟତା, ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଯୋଜନା ଆଧାରରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ, ସିକିଲ ସେଲ ଆନିମିଆ, ଶତ ପ୍ରତିଶତ ଟିକା କରଣ, ଯକ୍ଷ୍ମା ନିବାରଣ, ମଧ୍ୟାହ୍ନ ଭୋଜନ, ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା, ପିଏମ କିସାନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଇତ୍ୟାଦି ୨୨ଗୋଟି ଯୋଜନା ବିଷୟରେ ବିଶେଷ ଭାବରେ ଅନୁନ୍ନତ ଜନଜାତି ଗୋଷ୍ଠୀଙ୍କୁ ଜଣାଇ ଏଥିରେ ଲାଭାନ୍ଵିତ ହେବାପାଇଁ ସମସ୍ତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ତ୍ୱରାନ୍ୱିତ କରୁଛି । ଜିଲ୍ଲାରେ କାର୍ଯ୍ୟ କରୁଥିବା ଅନୁସୂଚିତ ଜନଜାତି ଓ ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର କର୍ମକର୍ତା ମାନେ ବ୍ଲକ, ପଂଚାୟତ ଏବଂ ଗାଁ ମାନଙ୍କରେ ବୁଲି ବର୍ତ୍ତମାନ ଜଙ୍ଗଲ ଅଧିକାର ଆଇନ (FRA) ପଟ୍ଟା ବଣ୍ଟନ, ରାସନ କାର୍ଡ ବଣ୍ଟନ, ସହିତ ଆଧାର କାର୍ଡରେ ଯେଉଁ ଅମୂଳକ ଭୁଲ ହୋଇଛି ସେ ସମସ୍ତ କାର୍ଯ୍ୟକୁ ତୁରନ୍ତ ସଠିକ କରିବା ପାଇଁ ପ୍ରଶାସନ କାର୍ଯ୍ୟ କରୁଛି । ଯଶିପୁର ଅଂଚଳର ପୋଡ଼ଗଡ଼, ଦୂରଦୁରା, ମୋରଡାର ଚିକିଟାମାଟି, ସୁଳିଆପଡା ଅଂଚଳର ଉଫଳଗାଡ଼ିଆ, ଖୁଣ୍ଟାର ବାଙ୍ଗରା, ଉଦଳାର ପାଟଶାଣିପୁର, କାଶୀକୁଣ୍ଡଳ, କପ୍ତିପଦା ଅଂଚଳର ଜଡ଼ିଦା, ବାରିପଦାର ଵିଶିପୁର, ବଡ଼ସାହି ଅଂଚଳର ଯଦୁନାଥପୁର, ପାଉଁଶିଆ, ସାମାଖୁଣ୍ଟାର ପାଇକବସା ଆଦି ସ୍ଥାନ ମାନଙ୍କରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ତତ୍ୱାବଧାନରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନାରେ ସମୁଦାୟ ୧୪ଟି ବ୍ଲକର ୬୭ଟି ଗାଁ ଅନ୍ତର୍ଭୁକ୍ତ ଅଟନ୍ତି।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର