ମୋରଡ଼ା : ମୋହନ ସରକାର ରାଜ୍ୟରେ ଚୋରା ମଦ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ଅବକାରି ବିଭାଗକୁ ତତ୍ପର ରହିବା ସହିତ କିପରି ଚୋରା ମଦ କାରବାର ଓ ନକଲି ମଦ ବ୍ୟବସାୟ ବନ୍ଦ ହୋଇପାରିବ ସେଥିପ୍ରତି ସମସ୍ତ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଅବକାରୀ ଚଢାଉ ହେଉଛି।ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଦେଉଳି ଅବକାରୀ ବିଭାଗ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶି ମଦ ଜବତ କରିଛି l ଦେଉଳି ଅବକାରୀ ଅଧିକାରୀ କବିତା ସେନାପତି ଙ୍କ ସୂଚନା ଅନୁଯାୟୀ ଶୁଳିଆପଦା ଦେଉଳି ଅବକାରୀ ବିଭାଗର କନେଷ୍ଟବଳ ସମୀର ରଞ୍ଜନ ଜେନା, ହେମନ୍ତ ପାତ୍ର, ପ୍ରଭାତି ପାତ୍ର ପୁରା ଟିମକୁ ଧରି ଚାନ୍ଦୁଆ ଥାନା ଅଧିନ ଧୋଡ଼ିପଡ଼ା ଗ୍ରାମରେ ଚଢ଼ାଉ କରି ୨୨ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।ଗିରଫ ମହିଳା ଜଣକ ସଞ୍ଜବତୀ ମୁର୍ମୁକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ତତ୍ ସହିତ କେଶ ନମ୍ବର ପି. ଆର ୮୭ ରେ ଏକ ମାମଲା ରୁଜୁ ହୋଇଛି l
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ