ମୋରଡ଼ା : ମୋହନ ସରକାର ରାଜ୍ୟରେ ଚୋରା ମଦ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ଅବକାରି ବିଭାଗକୁ ତତ୍ପର ରହିବା ସହିତ କିପରି ଚୋରା ମଦ କାରବାର ଓ ନକଲି ମଦ ବ୍ୟବସାୟ ବନ୍ଦ ହୋଇପାରିବ ସେଥିପ୍ରତି ସମସ୍ତ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଅବକାରୀ ଚଢାଉ ହେଉଛି।ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଦେଉଳି ଅବକାରୀ ବିଭାଗ ସହିତ ମାଜିଷ୍ଟ୍ରେଟ କୁଳିଅଁଳା ତହସିଲଦାର ଗଦାଧର ସେଠୀ, ସଦର ଇନସ୍ପେକ୍ଟର ସ୍ଵପ୍ନରାନି ସାହୁ,ମୋବାଇଲ ୟୁନିଟ ଏପିଆର ଫୋର୍ସ,କୁଳିଅଁଳା ଷ୍ଟାଫ, ସଦର ଷ୍ଟାଫ ମିଶି କୁଣ୍ଡିଆସୋଲ ଓ ପର୍ବତସାହି ରେ ଚଢ଼ାଉ କରି ୬୨୦ଲିଟର ଦେଶୀ ମଦ ଓ ୯୪୦୦ଲିଟର ପୋଚ ନଷ୍ଟ କରିଛନ୍ତି। ମଦ ମାଫିଆ ଙ୍କ ମନରେ ଛନକା ପଶିଛି। ଆଗକୁ ଆହୁରି ଏହିଭଳି ଚଢାଉ ହେବବୋଲି ଦେଉଳି ଅବକାରୀ ଭାରପ୍ରାପ୍ତ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ