Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଅବକାରୀ ଚଢାଉ ,ବ୍ୟାପକ ମଦ ଓ ପୋଚ ଜବତ-ଜଣେ ଗିରଫ -ସ୍କୁଟି ଜବତ

Spread the love

ମୋରଡା : ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିଛି l ମୋରଡା ଅବକାରୀ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ସୂଚନା ଅନୁଯାୟୀ,ମୋରଡା ଅବକାରୀ ବିଭାଗ,ବାରିପଦା ମୋବାଇଲ ଇନ୍ସପେକ୍ଟର,ସଦର ଇନ୍ସପେକ୍ଟର,ଏଏସଆଇ ରେଞ୍ଜ,ମୋରଡା ଏଏସଆଇ ମୋରଡା ବ୍ଲକ ଅଧୀନ ଭାଲୁକଚୁଆ ଗ୍ରାମରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ୨୫୫୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହିତ ୧୦୦ ଲିଟର ଦେଶୀ ମଦ ଜବତ କରିଛନ୍ତି l ସେହିପରି ବେଆଇନ ଭାବେ ଚାଲାଣ ମଦ ଚାଲାଣ ହେଉଥିବା ଏକ ସ୍କୁଟିକୁ ଜବତ କରି ୩୫ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ସ୍କୁଟି ଡ୍ରାଇଭର ଦୌଡ଼ି ପଳାଇଥିଲେ l ପରେ ସ୍କୁଟିକୁ ଜବତ କରାଯାଇଥିବା ଜଣାପଡ଼ିଛି । ଏହାପରେ ଦୁର୍ଗାପୁର ଗ୍ରାମରେ ଚଢ଼ାଉ କରି ୧୪୦୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ଲଷ୍ମୀଧର ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ଉକ୍ତ ଗ୍ରାମରେ ଅନ୍ୟ ଏକ ଭାଟି ଉପରେ ଚଢ଼ାଉ କରି ୪୨୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହିତ ୩୫୦୦ ଲିଟର ଦେଶୀ ମଦ ଜବତ କରିଛି l ଏହାପରେ ଉକ୍ତ ବ୍ଲକ ଅଧୀନ ସମାଇଡ଼ିହି ଗ୍ରାମରେ ଚଢ଼ାଉ କରି ୩୨୦୦ ଲିଟର ପୋଚ ନଷ୍ଟ କରିଥିବା ବେଳେ ଦୁଇଶହ ଲିଟର ଦେଶୀ ମଦ ଜବତ କରାଯାଇଛି l ଏହାପରେ ବେତନଟି ଥାନା ଅଧୀନ ଚିଲବସା ଗ୍ରାମରେ ଚଢ଼ାଉ କରି ୩୫୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇ ଥିବା ବେଳେ ୨୫୦ ଲିଟର ଦେଶୀ ମଦ ଜବତ କରିଛି ବିଭାଗ l ଏଥି ସହିତ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି l

error: Content is protected !!
Breaking News