ଲାକ୍ଷାଧିକ ଟଙ୍କାର ଛାତ୍ର ଛାତ୍ରୀଙ୍କ ଶାରୀରିକ ବ୍ୟାୟାମ ସାମଗ୍ରୀ ଖାଉଛି ଖତ

ମୋରଡା : ଅବ୍ୟବସ୍ଥାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଶୁଳିଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ । ଲକ୍ଷାଧିକ ଟଙ୍କାରେ କିଣା ହୋଇ ଛାତ୍ର ଛାତ୍ରୀଙ୍କ ବ୍ୟବହୃତ ପାଇଁ ଆସିଥିବା ଶାରିରୀକ ବ୍ୟାୟାମ ସାମଗ୍ରୀ ଖତ ଖାଉଛି। ଲକ୍ଷ୍ୟ ଥିଲା ଛାତ୍ର ଛାତ୍ରୀ ମାନେ ଖେଳ ଛୁଟି ସମୟରେ ଏହି ସବୁ ସାମଗ୍ରୀ ବ୍ୟବହାର କରି ନିଜର ଶରୀରକୁ ନିରୋଗ ରଖିବା ସହିତ ସୁସ୍ଥ ସବଳ ରହିବେ କିନ୍ତୁ ସାମଗ୍ରୀ କିଣାହେବା ଦିନଠାରୁ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏକ ଭଙ୍ଗା ଘରେ ପଡ଼ିରହିଛ । ଯେଉଁ ଘର ଭିତରେ ଶାରିରୀକ ବ୍ୟାୟାମ ସାମଗ୍ରୀ ରଖା ଯାଇଛି ତାହାର ପାରିପାର୍ସ କାନ୍ଥ ଭାଙ୍ଗି ଯାଇଛି, ବାହାର ପାର୍ସ ଜଙ୍ଗଲରେ ପରିଣତ ହୋଇଛି, ବିଷଧର ସରୀସୃପ ରହିବାର ସମ୍ଭାବନାକୁ ଏଡେଇ ହେବନି, ଯାହା ଛାତ୍ର ଛାତ୍ରୀଙ୍କ ପାଇଁ ବିପଦ। ଅନ୍ୟ ପଟେ ବିଦ୍ୟାଳୟ କାନ୍ଥ ଫାଟି ଆଁ କଲାଣି।
କିଛିଦିନ ତଳେ ୫ଟି ଯୋଜନାରେ ବିଦ୍ୟାଳୟର ରୁପାନ୍ତିକରଣ ହୋଇଥିଲା କେବଳ ରଙ୍ଗମାରି ଲକ୍ଷାଧିକ ଟଙ୍କାର ବିଲ୍ ହୋଇଛି। ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମହାନ୍ତ କ୍ଷବ ପ୍ରକାସ କରି କହିଛନ୍ତି ଯେଉଁ ଦିନପାଖରୁ ବ୍ୟାୟାମ ସାମଗ୍ରୀ କିଣା ହେବା ଦିନରୁ ସେମିତି ଭଂଗାଘରେ ପଡିରହିଛି, ପଡ଼ି ପଡ଼ି ଜଙ୍କ ଲାଗିଗଲା । ବ୍ୟବହାର ପାଇଁ ସେମିତି ଗୃହ ନାହିଁ ତେଣୁ ଭଙ୍ଗାଘାରେ ସାମଗ୍ରୀ ପଡ଼ିରହିଛି। ଶ୍ରେଣୀ ଗୃହର ଅଭାବ ଥିବାରୁ ଛାତ୍ର ଛାତ୍ରୀ ପାଠ ପଢ଼ିବାରେ ଅସୁବିଧା ହେଉଛି। ଅଧିକାଂଶ ସମୟ ବିଦ୍ୟାଳୟରେ ବିଇଓ ଙ୍କ ତରଫରୁ ମିଟିଂ ହେଉଥିବା ଫଳରେ ଛାତ୍ର ଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି।
ସାଇକେଲ ଷ୍ଟାଣ୍ଡ ନ ଥିବା ଯୋଗୁଁ ଛାତ୍ର ଛାତ୍ରୀଙ୍କ ସାଇକେଲ ଖରା ବର୍ଷା ମାଡ଼ ଖାଇ ଏଣେ ତେଣେ ପଡ଼ି ନଷ୍ଟ ହେଉଛି। ବିଭିନ୍ନ ରାଜନୌତିକ ଓ ସରକାରୀ କାର୍ଯ୍ୟକ୍ରମ ଖେଳ ପଡିଆରେ ହେଉଥିବା ଯୋଗୁଁ ପଡ଼ିଆ ନଷ୍ଟ ହେଉଛି। ଛାତ୍ର ଛାତ୍ରୀ ଖେଳିବାରୁ ବଞ୍ଚିତ ହେଉଛନ୍ତି। ଏହିଭଳି ଅନେକ ଅଭିଯୋଗ ଥିଲେ ମଧ୍ୟ ଶିକ୍ଷା ବିଭାଗର ତିଲେହେଲେ ନିଘାନାହି ଯାହାକୁ ନେ଼ଇ ଅଞ୍ଚଳବାସୀ କ୍ଷବ ପ୍ରକାସ କରିଛନ୍ତି। କେବେ ଛାତ୍ର ଛାତ୍ରୀଙ୍କ କାମରେ ଆସୁବ ଶାରୀରିକ ବ୍ୟାୟାମ ସାମଗ୍ରୀ ? କେବେ ବ୍ୟବସ୍ଥା ମଧ୍ୟରେ ଚାଲିବ ଶୁଳିଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ ତାହା ବଡ଼ ପ୍ରଶ୍ନ ?
More Stories
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ତିନୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କଲେ ମାନ୍ୟବର ବିଧାୟକ
ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ