ଶେରଗଡ : ଆଜି ପାଳିତ ହେବ ଗୁରୁ ଦିବସ। ଦେଶ ଓ ଭବିଷ୍ୟତ ଗଠନରେ ଶିକ୍ଷକ ଙ୍କ ଭୂମିକା କୁ ମନେ ପକାଇବା ସହ ଗୁରୁ ଙ୍କୁ ସମ୍ମାନ କରିବା ଲାଗି ଗୁରୁ ଦିବସ ପାଳନ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜନ୍ମ ଦିନ ସେପ୍ଟେମ୍ବର ମାସ ୫ ତାରିଖ କୁ ଗୁରୁ ଦିବସ ଭାବେ ପାଳନ କରାଯାଈଥାଏ। ନିଜର ନିଷ୍ଠା, ଏକାଗ୍ରତା ଓ ଆଗ୍ରହ ଆଗରେ ସବୁ ପ୍ରତିବନ୍ଧକ କିପରି ହାର ମାନିଥାଏ,ଯାହାକୁ ପ୍ରମାଣିତ କରି ଦେଖାଈଛନ୍ତି ଶିକ୍ଷକ ରୁ ଓଏଏସ ପଦବୀ ପାଈ ବାଲିଗୁଡା ରେ ବିଡ଼ିଓ ରୂପେ କାର୍ଯ୍ୟରତ ଥିବା ପ୍ରଶାସନିକ ଅଧିକାରୀ ଅଚ୍ୟୁତ କୁମାର ଜାନି। ଅଚ୍ୟୁତ ଜାନି ପ୍ରଥମେ ଶିକ୍ଷକ ଭାବେ ୨୦୦୧ ମସିହାରେ ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ଏବଂ ୨୦୧୧ ମସିହାରେ ଓପିଏସସି ପରିକ୍ଷା ରେ ଉତ୍ତୀର୍ଣ୍ଣ ହୋଈଥିଲେ। ନିଜର ନିଷ୍ଠା ଓ ଏକାଗ୍ରତା ତାଙ୍କୁ ଏହି ସଫଳତା ଦେଈଥିବା ବେଳେ ନିଜର କଠିନ ପରିଶ୍ରମ ସାଙ୍ଗକୁ ଭଗବାନ ଏବଂ ନିଜ ପିତାମାତା ଙ୍କ ଆଶିର୍ବାଦ ଲାଗି ଆଜି ଯେଉଁ ଦିନ ଠାରୁ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି, ସେ କାର୍ଯ୍ୟ କରିଥିବା ବିଭିନ୍ନ ଅଞ୍ଚଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡିଶା ପ୍ରଶାସନିକ ସେବା ର ବରିଷ୍ଠ ଅଧିକାରୀ ତଥା ବାଲିଗୁଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତ କୁମାର ଜାନି ଜଣେ ଦକ୍ଷ, ପ୍ରଶାସନିକ ଅଧିକାରୀ ଭାବେ ସର୍ବତ୍ର ପରିଚିତ। ବିଡ଼ିଓ ଅଚ୍ୟୁତ କୁମାର ଜାନି ଙ୍କ ପ୍ରୟାସ ବେଶ ପ୍ରଶଂସନୀୟ। ଜଣେ ଉତ୍ତମ ପ୍ରଶାସକ ଭାବେ ତାଙ୍କ କାର୍ଯ୍ୟ ଧାରା କୁ ନେଇ ଅଞ୍ଚଳରେ ଖୁବ ଚର୍ଚ୍ଚା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତ କୁମାର ଜାନି ଙ୍କ କାର୍ଯ୍ୟ ଶୈଳୀ ଯେତିକି ଚର୍ଚ୍ଚିତ, ତାଙ୍କର ପ୍ରେରଣାଦାୟୀ ଆତ୍ମଜୀବନୀ ସେତିକି ରୋମାଞ୍ଚକର। ପିଲାଟି ଦିନରୁ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ସ୍ବପ୍ନ ତାଙ୍କୁ ଏଠାରେ ପହଞ୍ଚାଈ ପାରିଛି। ଶିକ୍ଷକ ରୁ ଓପିଏସସି ଅଧୀନରେ ଓଏଏସ ପରୀକ୍ଷା ଦେଇ ପ୍ରଥମେ ମାଲକାନଗିରି ତହସିଲଦାର ହୋଈଥିବା ଅଚ୍ୟୁତ ଜାନି ଙ୍କ ପ୍ରେରଣାଦାୟୀ ଆତ୍ମଜୀବନୀ ଅନ୍ୟ ମାନଙ୍କ ଲାଗି ପ୍ରେରଣା ର ଉତ୍ସ ହୋଇ ରହିବ ବୋଲି ସଚେତନ ନାଗରିକ ମହଲରେ ପ୍ରକାଶ ପାଈଛି।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର