1-ସମସ୍ତ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ
ଆଇନ ଏବଂ ଜନତନ୍ତ୍ର ଶୀଘ୍ର ଲାଗୁ
2-ସାମାଜିକ ବାସନ୍ଦ, କଙ୍ଗାରୁ କୋର୍ଟ, ଡାହାଣୀ ପ୍ରଥା ସମାପ୍ତ ଲାଗି ସମ୍ବିଧାନ ଲାଗୁ
3-ମାଝୀ-ପାର୍ଗାନାଙ୍କ ଗୁଣ୍ଡାରାଜରୁ ଆଦିବାସୀ ଗ୍ରାମ-ସମାଜକୁ ମୁକ୍ତ କରାଯାଉ
ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ ଆଇନ ମାନୁନଥିବା ମାଝୀ-ପାର୍ଗାନା ଏବଂ ସମ୍ବିଧାନ ଆଇନ ଲାଗୁ କରୁନଥିବା ପ୍ରଶାସନ ଦୋଷୀ ଅଟନ୍ତି : ସେଙ୍ଗେଲ
ବାରିପଦା : ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସେଙ୍ଗେଲ ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ଗଣଧାରଣା ପ୍ରଦର୍ଶନ କରାଯାଇଛି ଏବଂ ରାଷ୍ଟ୍ର-ହିତ, ଜନହିତ, ଆଦିବାସୀ ହିତରେ ସମସ୍ତ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ଲାଗୁ କରାଯିବା ଦାବିରେ ଓଡିଶା ପ୍ରଦେଶ ସେଙ୍ଗେଲ ସଭାପତି ନରେନ୍ଦ୍ର ହେମ୍ବ୍ରମଙ୍କ ଉପସ୍ଥିତରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ତତପଶ୍ଚାତ୍ ଏହାର ପ୍ରତିଲିପି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ଉପଜିଲ୍ଲାପାଳ ମୟୂରଭଞ୍ଜ, ଜିଲ୍ଲା ମଙ୍ଗଳ ଅଧିକାରୀ ମୟୂରଭଞ୍ଜ ଏବଂ ସମସ୍ତ ଉପଖଣ୍ଡ ପୋଲିସ ଅଧିକାରୀ, ସମସ୍ତ ଉପଖଣ୍ଡ ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ଥାନା ପ୍ରଭାରୀ, ତହସିଲଦାର, ପଞ୍ଚାୟତ ପ୍ରତିନିଧିଙ୍କୁ ଏହାର କାର୍ଯ୍ୟକାରୀ କରିବା ଲାଗି ପ୍ରଦାନ କରାଯାଇଛି । କାରଣ, ସମସ୍ତ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଲାଗୁ ନାହିଁ । ଏଥିପାଇଁ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ପଞ୍ଚାୟତ ପ୍ରତିନିଧି ପର୍ଯ୍ୟନ୍ତ ଦୋଷୀ ଅଟନ୍ତି । ତତସହିତ ସମ୍ବିଧାନ ଆଇନ ମାନୁନଥିବା ମାଝୀ-ପାର୍ଗାନା ଏବଂ ସମ୍ବିଧାନ ଆଇନ ଲାଗୁ କରୁନଥିବା ପୋଲିସ ପ୍ରଶାସନ ମଧ୍ୟ ଦୋଷୀ ଅଟନ୍ତି ।
ତେଣୁ ସେଙ୍ଗେଲର ରାଷ୍ଟ୍ରୀୟ ସଭାପତି ସହ ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଆହ୍ବାନରେ ରାଷ୍ଟ୍ରୀୟ ସ୍ତରରେ ମହାମହିମ ରାଷ୍ଟ୍ରପତିଙ୍କ ଦାବିପତ୍ର ମାଧ୍ୟମରେ ସମସ୍ତ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ, କାନୁନ ଏବଂ ଗଣତନ୍ତ୍ର ଶୀଘ୍ର ଲାଗୁ କରାଯାଇ ବଂଶାନୁଗତ ମାଝୀ-ପାର୍ଗାନାଙ୍କ ରାଜତାନ୍ତ୍ରୀକ ଏକଛତ୍ରବାଦୀ ଗୁଣ୍ଡାରାଜ ଶାସନ ତଥା ସାମାଜିକ ବାସନ୍ଦ, କଙ୍ଗାରୁ କୋର୍ଟ ଦ୍ୱାରା ମନଇଚ୍ଛା ଜରିମାନା, ଡାହାଣୀ ନାମରେ ହତ୍ୟା, ଅନ୍ଧବିଶ୍ୱାସ, ଇର୍ଷା-ଦ୍ଵେଷ, ମଦ-ହାଣ୍ଡିଆ ନିଶାର ଉତ୍ପାଦନ, ଭୋଟ୍ କ୍ରୟ ବିକ୍ରୟ, ଆଦିବାସୀ ମହିଳା ବିରୋଧୀ ମାନସିକତା ଭଳି ଅସାମ୍ବିଧାନିକ କୁପ୍ରଥା ଦ୍ୱାରା ଅନ୍ଯାୟ, ଅତ୍ୟାଚାର, ଶୋଷଣରୁ ଆଦିବାସୀ ଗ୍ରାମ ସମାଜକୁ ମୁକ୍ତ କରାଯିବା ପାଇଁ ଦୃଢ ଦାବି କରାଯାଇଛି । ସମ୍ବିଧାନ, ଆଇନ ଲାଗୁ-ନହେବାରୁ ସମସ୍ତ ଆଦିବାସୀ ଗ୍ରାମ-ସମାଜର ଜନଜୀବନ ଗୁଲାମୀର ଜୀବନ ଯାପନ କରିବା ପାଇଁ ବାଧ୍ୟ ହେବାକୁ ପଡୁଛି । ପ୍ରଦର୍ଶନ ବେଳେ କେନ୍ଦ୍ରୀୟ ସେଙ୍ଗେଲ ସଂଯୋଜକ ବୁଢାନ ମାର୍ଣ୍ଡି, ଓଡିଶା ସେଙ୍ଗେଲ ପାର୍ଗାନା କାଳୁରାମ ମୁର୍ମୁ, ଜିତେନ୍ଦ୍ରନାଥ ହେମ୍ବ୍ରମ, ବାହାଦୁର ମୁର୍ମୁ, ବିକାଶ ଚନ୍ଦ୍ର ହେମ୍ବ୍ରମ, ମେଘ୍ରାୟ ସୋରେନ, ପାନମଣି ହେମ୍ବ୍ରମ, ଉଦୟନାଥ ହେମ୍ବ୍ରମ, ଲବ କିଶୋର ନାଏକ ସହିତ ରାଇରଙ୍ଗପୁର ଜୋନାଲ କମିଟିର ସେଙ୍ଗେଲ କାର୍ଯ୍ୟକର୍ତ୍ତା ନେତାମାନେ ଉପସ୍ଥିତ ଥିଲେ ।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର