Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଶହୀଦ ନରସିଂ ଡ଼ମ୍ ସମାଜ ର ଆଦିବାସୀ ମାନ୍ୟତା ପାଇଁ ସାଂସଦ ଙ୍କୁ ଦେଲେ ଦାବି ପତ୍ର

Spread the love

ମାଲକାନଗିରି : କୋରାପୁଟ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସକ୍ତ ଗିରି ଉଲ୍ଲକା ଙ୍କୁ,ମାଲକାନଗିରି ଜିଲ୍ଲା ଶହୀଦ ନରସିଂ ଡ଼ମ୍ ସମାଜ ତରଫରୁ, ଆଦିବାସୀ ମାନ୍ୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନା କରିବାକୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି l ଏଥିରେ ମୁଖ୍ୟ ଚିତ୍ରକୋଣ୍ଡା ମାନ୍ୟବର ବିଧାୟକ ମଙ୍ଗୁ ଖିଲ ଙ୍କ ଉପସ୍ଥିତ ରେ ଦାବିପତ୍ର ପ୍ରଦାନ କରିଥିଲେ, ଶହୀଦ ନରସିଂ ଡ଼ମ୍ ସମାଜ ର କର୍ମ କର୍ତା, ଜିଲ୍ଲା ସଭାପତି ବଳରାମ ଅନୁଗୁଳିଆ, ସମାଜ ସେବି ଶନ୍ତଷ ନାଗ, ଡ଼ମୁରୁ ବାଘ,ଇସାକ ଖସଲା, ଙ୍କ ସମେତ ବହୁ ସଂଖ୍ୟକ ଭାବେ ଉପସ୍ଥିତ ଥିଲେ l ଏବଂ ମାଲକାନଗିରି ଗିରି ଜିଲ୍ଲା ଶହୀଦ ନରସିଂ ଡ଼ମ୍ ସମାଜ ର ମୂଳ ବାସିନ୍ଦା ଭାଇମାନେ, ମାନବ ଜୀବନ ସୃଷ୍ଟି ଠାରୁ ଦେଖିବାକୁ ଗଲେ ଅଗଣିତ ବର୍ଷ ଧରି ଗଛ କାଟି ପାହାଡ଼ ପର୍ବତ ସଫା କରି ଘୋର କରି ବୋଂସ ବିସ୍ତାର କରି ଜୀବନ ଜାପନ କରି ଆସୁଥିବାର ନଜିର ରହିଛି l ଏବଂ ଗାଁ ଗହୁଲି ରେ ଜନ ସଂଖ୍ୟା ବୃଦ୍ଧି ହେଉଥିବାର ମଧ୍ୟ ପୂର୍ବ ପୁରୁଷ ରୁ ଜେଜେ ବାପା ଙ୍କ ଅମଳ ରୁ ଡ଼ମ୍ ଜାତି ମାନେ ମଧ୍ୟ ମୂଳ ନିବାସୀ ଇତିହାସ ମଧ୍ୟ କହିଥିବାର ସମସ୍ତେ ଜାଣିପାରୁଥିବେ ମୂଳ ନିବାସୀ ବୋଲି l ତେଣୁ ଲୋକଲୋଚନ ଙ୍କ ଠାରୁ ସୂଚନା ମଧ୍ୟ ମିଳି ଥିବାର ନଜିର ଆସିଛି ଯେ ଡମ୍ ଜାତି ବିସ୍ଥାପିତ ଅନେକ ବର୍ଷ ରହିଛି l ଏବଂ ଶହୀଦ ନରସିଂ ଡ଼ମ୍ ଭାଇ ଇଂରେଜ ସରକାର ଙ୍କ ଗୁଳିରେ ଶହୀଦ ହଇଥିବା ର ମଧ୍ୟ ପୂର୍ବ ଇତିହାସ ରୁ ଜଣା ପଡୁଥିବାର ନଜିର ମଧ୍ୟ ରହିଛି l ତେଣୁ ଶହୀଦ ନରସିଂ ଡ଼ମ୍ ଭାଇ ସ୍ୱାଧୀନତା ପାଇଁ ଇଂରେଜ ମାନଙ୍କ ସହିତ ଲଢେ଼ଇ କରି ସ୍ୱାଧୀନତା ସଂଗ୍ରାମୀ ମଧ୍ୟ l ତେଣୁ ଏହି ଡ଼ମ୍ ଜାତି ପାଇଁ ଆଜି ଆଦିବାସୀ ମୂଳ ନିବାସୀ ର ମାନ୍ୟତା ମିଳି ନ ଥିବାର କହିଛନ୍ତି ଡ଼ମ୍ ସମାଜ ର ମାଲକାନଗିରି ଜିଲ୍ଲା ସଭାପତି ବଳରାମ ଅନୁଗୁଳିଆ l ଏବଂ ଏହି ଡ଼ମ୍ ସମାଜ ର ଜନଜାତି ଙ୍କୁ ମଧ୍ୟ ଆଦିବାସୀ ର ମାନ୍ୟତା ପାଇବାର ହକ ବ୍ୟବସ୍ଥା କରାଯିବା ପାଇଁ l ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନ କରିବା କୁ ନେଇ,ଆଜି ମାଲକାନଗିରି ଜିଲ୍ଲା ର ଶହୀଦ ନରସିଂ ଡ଼ମ୍ ସମାଜ ର ଡ଼ମ୍ ଭାଇ ମାନେ କୋରାପୁଟ ସାଂସଦ ମାନ୍ୟବର ସକ୍ତ ଗିରି ଉଲ୍ଲକା ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l

error: Content is protected !!
Breaking News