Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅନ୍ୟୁନ୍ୟ ୫ଟି ଅଲ୍ଟ୍ରାସାଉଣ୍ଡ ମେସିନ ଓ ଅଧିକ ଷ୍ଟାଫ ନିୟଜିତ ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚ ତରଫରୁ ଦାବି

Spread the love

କେନ୍ଦୁଝର : ରାଜ୍ୟରେ କେନ୍ଦୁଝର ଜିଲ୍ଲା ଏକ ଖଣିଜ ପୂର୍ଣ୍ଣ ଧନୀ ଜିଲ୍ଲା ହୋଇଥିବା ଯୋଗୁଁ ଏହା ଲୋକମାନଙ୍କ ପାଇଁ ଆଶୀର୍ବାଦ ପରିବର୍ତ୍ତେ ଅଭିଶାପ ପାଲଟିଛି। ଦୈନିକ ଲକ୍ଷ ଲକ୍ଷ ଟନ ଖଣିଜ ଦ୍ରବ୍ୟ ଉତ୍ତଳନ ଓ ପରିବହନ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ପ୍ରଦୂଷଣ ମାତ୍ରା ବୃଦ୍ଧିପାଇଁ ଲୋକଙ୍କୁ ରୋଗାକ୍ରାନ୍ତ କରୁଛି। ଲୋକମାନେ ବିଭିନ ରୋଗରେ ଆକ୍ରାନ୍ତ ହୋଇ କେନ୍ଦୁଝର ଧରଣୀ ଧର ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଥିବା ଗୋଟିଏ ମାତ୍ର ଅଲ୍ଟ୍ରାସାଉଣ୍ଡ ମେସିନ ଉପରେ ଡାକ୍ତର ଖାନାର ଅନ୍ତର୍ବିଭାଗ ଓ ବହିର୍ବୀବିଭାଗ ର ପ୍ରାୟ ଶହ ଶହ ରୋଗୀ ନିର୍ଭର କରିଥାନ୍ତି। ମାତ୍ର ଅଲ୍ଟ୍ରାସାଉଣ୍ଡ ବିଭାଗରେ ଗୋଟିଏ ମାତ୍ର ମେସିନ ଥିବାରୁ ଓ ତାହାପୁଣି କେବଳ ସରକାରୀ କାର୍ଯ୍ୟଦିବସର ସକାଳ ବେଳା ଖୋଲା ରହି ମାତ୍ର ୩୦ଜଣ ରୋଗୀଙ୍କୁ ଦେଖୁଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଓ ବାହାରେ ଘରୋଇ କ୍ଲିନିକ ମାନଙ୍କରେ ୯୦୦ରୁ ୧୨୦୦ ଟଙ୍କା ଦେଇଅଲ୍ଟ୍ରାସାଉଣ୍ଡ କରିବାକୁ ବାଧ୍ୟ ହେଉଛନ୍ତି। ଯୋଉ ଗରିବ ଲୋକମାନେ ଅର୍ଥ ଅଭାବରୁ ବାହାରକୁ ଯାଇ ପାରୁନାହାଁନ୍ତି ସେମାନେ ବାର ଦ୍ୱାର ଶୁଣ୍ଢି ପିଣ୍ଡା ହୋଇ ଦିନ ଦିନ ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ ନିମନ୍ତେ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଆଉ ଚାରଟି ଅଲ୍ଟ୍ରାସାଉଣ୍ଡ ମେସିନ ସହିତ ଅଧିକ କର୍ମଚାରୀ ରଖି ଦିନ ଆଠ ଘଟିକରୁ ସନ୍ଧ୍ୟା ପାଞ୍ଚ ଘଟିକା ପର୍ଯ୍ୟନ୍ତ ଖୋଲରଖିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସ୍ୱାସ୍ତ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ମୁଖ୍ୟ ଜନସ୍ବାସ୍ତ୍ୟ ଅଧିକାରୀଙ୍କ ନିକଟରେ ଚିଠି ଲେଖି ଦାବି କରିଛନ୍ତି।

error: Content is protected !!
Breaking News