Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ତମ ସ୍ଵନକ୍ଷତ୍ର ଦିବସ

Spread the love

ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଜଗନ୍ନାଥ ପ୍ରସାଦ ଅନୁଷ୍ଠାନର ୩୫ତମ ସ୍ଵନକ୍ଷତ୍ର ଦିବସ ଶୁକ୍ରବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ରୁପେ ଭଂଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନୀତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନରସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ବରେ କାର୍ଯକ୍ରମ ପରିଚାଳନା ହୋଇଥିଲା। ଅନ୍ୟ ମଞ୍ଚାସିନ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଂଗୀତ ପରିବେଷଣ ହୋଇଥିଲା। ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରିଶେଷରେ ଖାଇବା ପିଇବା ବ୍ୟବସ୍ଥା ହୋଇଥିଲା। ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

error: Content is protected !!
Breaking News