Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଅଙ୍ଗନବାଡି ଗୃହ ବିପଦ ସଂକୁଳ ଘୋଷଣା ଅଧା ଭିତରେ ଅଧା ବାହାରେ ପ୍ରାକ ଶିକ୍ଷା

Spread the love

କୋଷାଗୁମୁଡା :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କର୍ଚ୍ଚାମାଳ ପଞ୍ଚାୟତ ଅନ୍ତର୍ଗତ ଏମ ଗୁମଣ୍ଡଳୀ ଗ୍ରାମରେ ୨୦୧୦ ମସିହାରେ ନୂତନ ଭାବେ ନିର୍ମିତ ହୋଇଥିବା ଅଙ୍ଗନବାଡି ଗୃହକୁ ବିଭାଗ ପକ୍ଷରୁ ବିପଦ ସଂକୁଳ ଘୋଷଣା କରାଯାଇଛି। ବର୍ତ୍ତମାନ ୪୦ ଜଣ ପିଲାମାନଙ୍କୁ ଗ୍ରାମରେ ଥିବା ଏକ ଗୋଷ୍ଠୀ କେନ୍ଦ୍ରରେ ପ୍ରାକ ଶିକ୍ଷା ଦିଆଯାଉଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଅଙ୍ଗନବାଡି ଗୃହଟି ଗ୍ରାମଠାରୁ ବହୁ ଦୂରରେ କରାଯାଇଥିଲା। ବହୁ ଦୂରରେ ନିର୍ମାଣ କରାଯାଇଥିବା ଯୋଗୁ ସେବେଠାରୁ ପିଲାମାନେ ଯିବାପାଇଁ ଆଗ୍ରହ ପ୍ରକାଶ କରୁନଥିଲେ। ଅଭିଭାବକମାନେ ଏତେ ଦୂର ନେବାପାଇଁ ଅନିଚ୍ଛା ପ୍ରକାଶ କରୁଥିଲେ। ଅଙ୍ଗନବାଡି ଗୃହଟି ଅତି ନିମ୍ନମାନର ହୋଇଥିବାରୁ ୧୫ ବର୍ଷ ତିଷ୍ଟି ପାରିଲା ନାହିଁ।୨୦୨୦ ମସିହାରେ ଛାତରୁ ପାଣିଗଳିବା ଆରମ୍ଭ ହୋଇଯାଇଥିଲା। ଗ୍ରାମବାସୀମାନେ ବିଭାଗକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ଏହିଭଳି ବିପଦ ସଂକୁଳ ଅବସ୍ଥାରେ ୪ ବର୍ଷ ବିତିଗଲା। ଚଳିତ ବର୍ଷ ଲଗାଣ ବର୍ଷରେ ପ୍ରାକ ଶିକ୍ଷା ଚାଲିଥିବା ବେଳେ ଛାତରୁ ପ୍ଳାଷ୍ଟର ଖସିବାରୁ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିଲେ। ତୁରନ୍ତ କୋଷାଗୁମୁଡା ଶିଶୁ ବିକାଶ ପ୍ରକଳ୍ପ ଆଧିକାରୀ ଶ୍ରୀମତୀ ଯମୁନା ଭତ୍ରାଙ୍କୁ ଜଣାଇଥିଲେ। ଶ୍ରୀମତୀ ଭତ୍ରା ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗ୍ରାମବାସୀଙ୍କ ଶହ ଆଲୋଚନା କରି ଗ୍ରାମରେ ଥିବା ଏକ ଗୋଷ୍ଠୀ କେନ୍ଦ୍ରରେ ପ୍ରାକ ଶିକ୍ଷା ଆରମ୍ଭ କରିଥିଲେ। ଏହି ଗୋଷ୍ଠୀ କେନ୍ଦ୍ରକୁ ଯିବାପାଇଁ ଠିକରେ ରାସ୍ତା ନାହିଁ। ଘରଟି ଅତି ଛୋଟ ହୋଇଥିବାରୁ ୪୦ ଜଣ ପିଲା ଏକତ୍ର ବସିବା ଅସମ୍ଭବ। ତେଣୁକରି ବହୁ ପିଲାମାନେ ଅତି ଦୟନୀୟ ଅବସ୍ଥାରେ ବାହାରେ ବସୀ ପ୍ରାକ ଶିକ୍ଷା ଗ୍ରହଣ କରୁଛନ୍ତି। ରୋଷେଇ ମଧ୍ୟ ବାହାରେ କରାଯାଉଛି। ତୁରନ୍ତ ନୂତନ ଗୃହ ନିର୍ମାଣ କରିବାପାଇଁ ଗ୍ରାମନସୀ ଦାବିକରିଛନ୍ତି। ଏଥି ପ୍ରତି ଜଦି ପ୍ରଶାସନ ପକ୍ଷରୁ ଅବହେଳା କରାଯାଏ ତେବେ ଆଗାମୀ ଦିନରେ ପିଲାମାନଙ୍କୁ ଛାଡିବୁନାହିଁ ବୋଲି ଅଭିଭାବକମାନେ କହିଛନ୍ତି।

error: Content is protected !!
Breaking News