କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଅନ୍ତର୍ଜାତିକ ରତ୍ନପଥର ଖଣି ମାଫିଆଙ୍କ ଶୈନ୍ୟ ଦୃଷ୍ଟି ପଡିଛି । ଜିଲ୍ଲାରେ କୋଟି କୋଟି ଟଙ୍କାର ରତ୍ନପଥର ଥିବା ବେଳେ ପ୍ରକ୍ରିୟାକରଣ ନ ଥିବା ଯୋଗୁଁ ଲୋକେ ଦାଦନ ମୁହାଁ ହେବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି ।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ କର୍ଲାପାଟ ଅଭୟାରଣ୍ୟ ଜୁନାଗଡ଼ ଓ ଭବାନୀପାଟଣା ରେଞ୍ଜ ଅଧୀନରେ ରହିଛି ।ଚାରି ଦଶନ୍ଧି ଧରି ହଜାର ହଜାର କୋଟିର ମୂଲ୍ୟବାନ ରତ୍ନପଥର ସମ୍ପୃକ୍ତ ଅଞ୍ଚଳକୁ ଅନ୍ତର୍ଜାତିକ ଖଣି ମାଫିଆଙ୍କ ଦ୍ୱାରା କଣ୍ଟାବାଞ୍ଜି ଦେଇ ସୁରଟ ଓ ରାଜସ୍ଥାନକୁ ଚୋରାଚାଲାଣ ହେଉଥିବା ଆଲୋଚନା ହୁଏ। ଏଥିରେ ରତ୍ନପଥର ମାଫିଆମାନେ , ସୁରତ ଓ ରାଜସ୍ଥାନର ଲୋକେ ଲାଭବାନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାର ତଥା ରତ୍ନପଥର ବାହାରୁଥିବା ଅଞ୍ଚଳର ଲୋକେ ଦାଦନମୁହାଁ ହେଉଛନ୍ତି । ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଵୋଣ୍ଡୋଗୁଡା, ଜିଲିଙ୍ଗଦର, ରାବଣଡ଼ଙ୍ଗର, ଲାଇନ ଡ଼ଙ୍ଗର, ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଲାବଣ୍ୟସର, ଓଲବାହାଲି, କାଶୀପଦର, କେନ୍ଦୁକୁପଲା, କୁନକୁତା, ଭାଲୁଚୁଆଁ, ମାକର ଚୁଆଁ, ଉଡ଼ରୁଙ୍ଗ, ଓଲମା, ବାନ୍ଧନଡ଼ଙ୍ଗର ତଥା ଥୁଆମୂଳ ରାମପୁର ବ୍ଲକର କିଛି ଅଞ୍ଚଳରେ କ୍ବାର୍ଟସାଇଜ, ନୀଲମ, ମାଣିକ୍ୟ, ମୁନଷ୍ଟନ, ରୁବି, ପନ୍ନା ଆଦି ମୂଲ୍ୟବାନ ରତ୍ନପଥର ଅବାଧରେ ବ୍ୟାପକ ଭାବେ ଚୋରାରେ ଖଣି ଖନନ ହେଉଥିବା ଅଭିଯୋଗ ହେଉଛି । ଜୁନାଗଡ଼ ଅଞ୍ଚଳର ହିଂଜିଲିବାହାଳି ଓ ଜିଲିଙ୍ଗଦର ରତ୍ନପଥର ଖଣିକୁ ଗତ ୩୦ ବର୍ଷ ପୁବେ ଓଏମସି କମ୍ପାନୀ ଖଣି ଖନନ କରୁଥିଲା । ପରେ ଏହି ଖଣିକୁ ଜେମକୋ ନାମକ ଏକ କମ୍ପାନୀକୁ ଖଣି ଖନନର ଦାୟିତ୍ୱ ନେଇଥିଲା । ବର୍ତ୍ତମାନ ସମସ୍ତଖଣି ଖନନ ବନ୍ଦ ଅଛି ଏବଂ ଏହାର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି । ସଂରକ୍ଷିତ ଜଙ୍ଗଲ, ପ୍ରସ୍ତାବିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ଆଦି ଅଞ୍ଚଳରେ ଚୋରାରେ ଖଣି ଖଦାନ ଖୋଲା ଯାଉଥିଲେ ହେଁ ବିଭାଗ ନିରବଦ୍ରଷ୍ଟା ସାଜିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି । ଅନ୍ୟ ପକ୍ଷରେ ସମସ୍ତ ଖଣି ଖାଦାନର ସୁରକ୍ଷା ରାଜ୍ୟ ସରକାରଙ୍କ ହାତରେ ଥିବା ବେଳେ କିଭଳି ରତ୍ନପଥର ଚୋରାରେ ଚାଲାଣ ହେଉଛି ସେନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି । ଦୁର୍ଗମ ଅଞ୍ଚଳର ଲୋକେ ମନରେଗା କିଛି ଜାଣି ନାହାନ୍ତି । ଏହି ଅଞ୍ଚଳରେ ମିଳୁଥିବା ରତ୍ନପଥରକୁ ଯୋଜନାବଦ୍ଧ ଭାବେ ପ୍ରକ୍ରିୟାକରଣ କଲେ ଏଠିକାର ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରନ୍ତା । ବାହାସ୍ପୋଟ ମାରୁଥିବା ରାଜନେତା, ଉଦାସୀନତା ପ୍ରଶାସନ ଓ ତଥାକତିଥ ବୁଦ୍ଧିଜୀବୀ ଏକ ସୁପରିକଳ୍ପିତ ଯୋଜନା ମାଧ୍ୟମରେ। ଏହାକୁ ଗୁରୁତ୍ୱ ସହ ସୁବିଚାର କରି ଉପଯୁକ୍ତ ପଦକ୍ଷେପ ନେଲେ ସାମଗ୍ରିକ ବିକାଶ ହୋଇପାରନ୍ତା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଦାବୀ ହୋଇଛି ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ