ଗଜପତିର ଅନୁଶ୍ରବଂକ ବିରଳ କ୍ରୁତିତ୍ୱ

Spread the love

ଦୀର୍ଘ ୫ ବର୍ଷର ପରିଶ୍ରମରେ ଓ.ଏ.ଏସ୍. ପାଇଲେ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବେବର୍ତ୍ତା ସାହିର ବିଜୟାନନ୍ଦ ଗନ୍ତାଏତଂକ ସୁଯୋଗ୍ୟ ପୁତ୍ର ଅନୁଶ୍ରବ ଗନ୍ତାଏତ ଓଏଏସ୍ ପାଇବାପାଇଁ ଯୋଗ୍ୟ ହୋଇଛନ୍ତି। ଦୀର୍ଘ ୫ ବର୍ଷର ସଂଗ୍ରାମ ପରେ ସେ ଏହି ବିରଳ କ୍ରୁତିତ୍ୱ ହାସଲ କରି ପାରିଛନ୍ତି।ନିଟ୍ ରାଉରକେଲାରୁ କ୍ରୁତିତ୍ୱ ହାସଲ କରିଥିବା ଅନୁଶ୍ରବ ୨଼୦୧୭-୧୮ ଓପିଏସ୍ ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଲିଖିତ ଓ ମୌଖିକ ପରୀକ୍ଷାରେ ୧୩୬୫ ମାର୍କ ରଖିଥିଲେ।କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଂକଠାରୁ କମ୍ ମାର୍କ ରଖିଥିବା(୧୩୦୨-୧୦୬୫) ପ୍ରାର୍ଥୀ ମାନଂକୁ ଚୟନ କରାଯାଇଥିଲା।

ଏଥିରେ ସେ ମର୍ମାହତ ହୋଇ ସେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ମୁଖ୍ୟ ସଚିବ ତଥା ରାଜ୍ୟ ପ୍ରଶାସନ ଟ୍ରିବ୍ୟୁନାଲ୍ଂକ ଦ୍ୱାରସ୍ଥ ହୋଇଥିଲେ।କିନ୍ତୁ ସେଥିରେ ବିଫଳ ହେବାରୁ ଉଚ୍ଚ ନ୍ୟାୟାଳୟଂକ ଠାରେ ନିଜ ନ୍ୟାୟ ପାଇଁ ଲଢାଇ ଜାରୀ ରଖିଲେ।ଶେଷରେ ନ୍ୟାୟାଳୟଂକ ବିଚାର ତାଂକରି ନିଷ୍ଠାକୁ ସମ୍ମାନ ଜଣାଇ ରାଜ୍ଯ ସରକାରଙ୍କ ଠାରୁ ଯୋଗ୍ୟତା ଭିତ୍ତିକ ସଂପୂର୍ଣ୍ଣ ବିବରଣୀ ମାଗିଥିଲେ।ଏହି ବିବରଣୀ ଉପରେ ନ୍ୟାୟାଳୟ ୫୬ ପ୍ରୁଷ୍ଠା ସମ୍ୱଳିତ ନିଜର ଶୁଣାଣୀ କରିଥିଲେ।

ଏଥିରେ ଜୁନ୍ ୨୦୧୯ ଯୋଗ୍ୟତା ଲିଷ୍ଟରେ ମାନ୍ୟବର କୋର୍ଟ ଅନୁଶ୍ରବଂକୁ ପ୍ରଥମ ଶ୍ରେଣୀ ଜୁନିୟର କ୍ୟାଡରରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ତତ୍ ସଂଗେସଂଗେ ଯେଉଁମାନେ ତାଙ୍କଠାରୁ କମ୍ ମାର୍କ ରଖି ଉଚ୍ଚ ପଦବୀ ପାଇଛନ୍ତି,ଅନୁଶ୍ରବଂକୁ ସେହିସବୁ ସୁବିଧା ଦେବାକୁ ମାନ୍ୟବର ବିଚାରାଳୟ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାକୁ ୩୧ ମାର୍ଚ୍ଚ ରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ।କୋର୍ଟଂକ ଶୁଣାଣୀ ଭିତ୍ତିରେ ଅନୁଶ୍ରବ ୨୫ ଜୁଲାଇ ୨୦୨୪ ତାରିଖରେ ପୁରୀ ଜିଲ୍ଲାପାଳଙ୍କ ଅଧିନରେ ନିଯୁକ୍ତି ପାଇଛନ୍ତି।ତାଙ୍କରି ଏହି ବିରଳ କ୍ରୁତିତ୍ୱ ପାଇଁ ପାରଳାଖେମୁଣ୍ଡିରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

error: Content is protected !!
Breaking News