ଗଣିଆ : “ଘର ଅଗଣାରେ କୁକୁଡ଼ା ଚିଆଁ ଅପପୁଷ୍ଟିକୁ ଡରିବା କିଆଁ ” ନାମରେ ଏକ ଜନସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଳକର ବିଭିନ୍ନ ପଞ୍ଚାୟତରେ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ମା ମାନଙ୍କୁ ୫ଟି ଲେଖାଏଁ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି । କୁକୁଡ଼ା ଗୁଡିକ ବଡ଼ ହେବା ପରେ ତାର ଅଣ୍ଡା ଏବଂ ମାଂସ ଖାଇ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ଅପପୁଷ୍ଟି ଦୂର ହୋଇ ପାରିବ ବୋଲି ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଜଣାପଡିଛି । ବିଭିନ୍ନ ପଞ୍ଚାୟତର ମହିଳା ମାନେ ଉପସ୍ଥିତ ରହି ଏହି କୁକୁଡ଼ା ଚିଆଁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଠାରୁ ଗ୍ରହଣ କରିଥିଲେ । ଗଣିଆ ପଞ୍ଚାୟତର ୩୩ ଜଣ ମହିଳାଙ୍କୁ କୁକୁଡା ଚିଆଁ ବଣ୍ଟନ କରାଯାଇଥିବା ପ୍ରାଣୀ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି । ତେବେ ବଣ୍ଟନ କରାଯାଇଥିବା କୁକୁଡା ମାନଙ୍କର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? କୁକୁଡ଼ା ଚିଆଁ ବଡ଼ ହେବେ,ଅଣ୍ଡା ଦେବେ ଆଉ ଶିଶୁ ମାନେ ତାର ମାଂସ ଖାଇବେ ସେ ପର୍ଯ୍ୟନ୍ତ କୁକୁଡ଼ା ଚିଆଁ ବଞ୍ଚି ରହିବେ ତ ବୋଲି ସାଧାରଣରେ ଆଲୋଚନା ହେଉଛି ! କୁକୁଡ଼ା ଗୁଡ଼ିକ ଲାଳନପାଳନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ହିତାଧିକାରୀ ମାନେ କେତେଦୂର ଚେଷ୍ଟା କରିବେ ତାହା ଦେଖିବାକୁ ବାକି ରହିଲା । ତେବେ ପ୍ରାଣୀ ଚିକିତ୍ସାଳୟରେ ଥିବା ପ୍ରାଣୀ ମିତ୍ର ମାନେ ଏଥିପ୍ରତି ଦୃଷ୍ଟି ଦେଲେ ସରକାରଙ୍କର ଏହି ଜନହିତକର ଯୋଜନା ସଫଳ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ