ଏପିଓ-ଏସିପିଙ୍କ ବିରୋଧରେ ଜିଲାପାଳଙ୍କୁ ଅଭିଯୋଗ

Spread the love

କ୍ବାର୍ଟର୍ସ ଜବରଦଖଲ ଘଟଣାର ତଦନ୍ତ ନିର୍ଦ୍ଦେଶ

ନୟାଗଡ଼ ସଦର ବ୍ଲକରେ କାର୍ଯ୍ୟରତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍‌ଆଇଜିଏସ୍) ଅଧୀନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଆସିଷ୍ଟାଣ୍ଡ ପ୍ରୋଗ୍ରାମ କୋଡିନେଟର୍ ତଥା ଏପିଓ ଓ ଏସିପିଙ୍କ ନାଁରେ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏ ନେଇ ଆଇନଜୀବୀ ସୌମ୍ୟରଞ୍ଜନ ପ୍ରଧାନ । ଅଭିଯୋଗ କରି ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ତେବେ କ୍ୱାର୍ଟର୍ସ ଜବରଦଖଲ ଘଟଣାରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ୨ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଗତ ୨୪ ତାରିଖରେ ଚିଠି କରିଛନ୍ତି। ତେବେ ବ୍ଲକ ପକ୍ଷରୁ ତଦନ୍ତ ହୋଇ ନ ଥ‌ିବା କୁହାଯାଉଛି।

କାର୍ଯ୍ୟରତ ଏପିଓ ବ୍ଲକର ଅନେକ ଅନିୟମିତତାରେ ସମ୍ପୃକ୍ତି ଥ‌ିବା ଅଭିଯୋଗ ହେଉଛି। ନୟାଗଡ଼ ବିଡିଓ ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ସେ ନିୟମିତ ଭାବେ ମ୍ୟାନେଜ୍‌ କରି ୭ ବର୍ଷ ହେଲା ଗୋଟିଏ ସ୍ଥାନରେ ରହିଥ‌ିବା ଦର୍ଶାଯାଇଛି। ଏପିଓ ଜଣେ ଠିକା କର୍ମଚାରୀ ହୋଇଥିବା ବେଳେ ସେ ସରକାରୀ କ୍ୱାର୍ଟର୍ସ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ସଦର ମହକୁମାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ସରକାରୀ କର୍ମଚାରୀ ସିଟ ପାଉ ନ ଥ‌ିବା ବେଳେ ଏପିଓଙ୍କ ପିଲାମାନଙ୍କୁ କିଭଳି ସିଟ୍ ମିଳିଲା ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଆଇନଜୀବୀ ପ୍ରଧାନ ଅଭିଯୋଗ କରିଛନ୍ତି। ସେହିପରି ବ୍ଲକରେ କାର୍ଯ୍ୟରତ ଏସିପି ମଧ୍ୟ ସରକାରୀ କ୍ୱାର୍ଟରରେ ରହୁଥିବା ଅଭିଯୋଗ ହୋଇଛି

error: Content is protected !!