ଆଜି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଅସଡା ଗ୍ରାମପଞ୍ଚାୟତ ସଦ୍ଭାବନା କକ୍ଷରେ ବିଡ଼ିଓ ସୁଶ୍ରୀ ଅନିଶା ଦାସଙ୍କ ଅଧ୍ୟକ୍ଷତାରେ ଅସଡା ଗ୍ରାମପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର, ସରପଞ୍ଚ ସୁଦାମ ଶବର, ତହସିଲଦାର ସୁଶ୍ରୀ ଏ.ସ୍ନହଲତା, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତି ସସ୍ମିତା ଶବର, ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀ,ଏପିଓ ଶ୍ରୀ ବିଶିକେଶନ ଲିମା, ଶିରିଗୁଡା ବନପାଳ ଶ୍ରୀମତି ରାମେଶ୍ବରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଯୁଗ୍ମ ଜନ ଶୁଣାଣି କରିଥିଲେ । ଉକ୍ତ ଶିବିରରେ ୫୯ ଗୋଟି ଅଭିଯୋଗ ଆଠପଞ୍ଜିକୃତ ହୋଇଥିଲା।
ବିଡ଼ିଓ ସୁଶ୍ରୀ ଦାସ ଅଭିଯୋଗ ଗୁଡ଼ିକ ପାଇବା ପରେ ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ବିଏସଏସଓ ଶ୍ରୀ ଦେବବ୍ରତ ସେଠୀ, ଓଡ଼ିଶା ଜୀବିକା ମିଶନ ଶ୍ରୀ ମାନସ ରଞ୍ଜନ ବାରିକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦିପ କୁମାର ଶର୍ମା ସମେତ ବ୍ଳକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ନିର୍ଦ୍ଧେଶରେ ଗର୍ଭବତୀ ମହିଳା , ପ୍ରସୂତି ମାଆ ଓ ଜନ୍ମରୁ ୬ ବର୍ଷର ଶିଶୁଙ୍କ ପାଇଁ ମାଣ୍ଡିଆ ତିଆରି ବିଭିନ୍ନ ପ୍ରକାରର ଖାଦ୍ୟ ପୋଷଣ ପ୍ରସ୍ତୁତିର ଏକ ଷ୍ଟଲ୍ କରିଥିଲେ । ଉକ୍ତ ଷ୍ଟଲ୍ ଅଧିକାରୀ ମାନେ ବୁଲି ଦେଖିବା ସହ ସ୍ବାଦ ଚାଖିଥିଲେ । ଏହି କାର୍ଯ୍ୟକ୍ରମରେ ସେକ୍ଟର ସ୍ତରୀୟ ଅଙ୍ଗନବାଡ଼ି କର୍ମୀ ମାନେ ଉପସ୍ଥିତ ରହିଥିଲେ
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ